ଇଥିଓପିଆରେ ଜ୍ୱଳାମୁଖୀ ଫାଟିଲା ; ଅନେକ ଉଡ଼ାଣ ବାତିଲ
ଇଥିଓପିଆରେ ଆଫାରରେ ହାଇଲି ଗୁବ୍ବି ଆଗ୍ନେୟ ଉଦଗୀରଣର ବିସ୍ଫୋରଣ ଯୋଗୁଁ ପୂର୍ବ ଦିଗରେ ପାଉଁଶର ଗୁଣ୍ଡ ବ୍ୟାପି ଆରବ ସାଗର ଏବଂ ଭାରତ ପର୍ଯ୍ୟନ୍ତ ପହଞ୍ଚିଛି, ଯାହା ସିଧାସଳଖ ଭାରତୀୟ ବିମାନ ସେବାକୁ ପ୍ରଭାବିତ କରିଛି। ଜ୍ୱାଳାମୁଖୀ ପାଉଁଶ ଦିଲ୍ଲୀରେ ପହଞ୍ଚିଛି । ଜୟପୁର, ଜୈସଲମେରରେ ପ୍ରଭାବିତ ହୋଇଛି । ଫଳସ୍ୱରୂପ, ଅନେକ ଉଡ଼ାଣ ବାତିଲ କରାଯାଇଛି।
ଭାରତର ପ୍ରମୁଖ ଏୟାରପୋର୍ଟରେ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଛି । ବିମାନ କମ୍ପାନୀ ସହ ଯୋଗାଯୋଗ କରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଏୟାରଲାଇନ୍ସକୁ ସତର୍କ କରାଇଛି ଡିଜିସିଏ ।
ଏୟାର ଇଣ୍ଡିଆ ଏକ୍ସରେ ପୋଷ୍ଟ କରି କହିଛି, "ଆମେ ପରିସ୍ଥିତି ଉପରେ କଡ଼ା ନଜର ରଖିଛୁ ଏବଂ ଆମର କାର୍ଯ୍ୟକାରୀ କର୍ମଚାରୀଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛୁ। ଆମେ ଯଥାଶୀଘ୍ର ବିକଳ୍ପ ଯାତ୍ରା ବ୍ୟବସ୍ଥା କରିବାକୁ ସମସ୍ତ ପ୍ରକାରର ପ୍ରୟାସ କରୁଛୁ।" ପୋଷ୍ଟରେ କୁହାଯାଇଛି, "ଯାତ୍ରୀ, କର୍ମଚାରୀ ଏବଂ ବିମାନର ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ଆମର ଗ୍ରାଉଣ୍ଡ ଟିମଗୁଡ଼ିକ ନେଟୱାର୍କରେ ଯାତ୍ରୀମାନଙ୍କୁ ସହାୟତା ଏବଂ ଅପଡେଟ୍ ପ୍ରଦାନ କରିବା ଜାରି ରଖିବେ।"
ଆକାସା ଏୟାର ୨୪ ଏବଂ ୨୫ ନଭେମ୍ବରରେ ଜେଦ୍ଦା, କୁୱେତ ଏବଂ ଆବୁଧାବିକୁ ଉଡ଼ାଣ ବାତିଲ କରିଛି। ଡଚ୍ ଏୟାରଲାଇନ୍ସ ଏହାର ଆମଷ୍ଟରଡାମ-ଦିଲ୍ଲୀ (KL 871) ଏବଂ ଦିଲ୍ଲୀ-ଆମଷ୍ଟରଡାମ (KL 872) ଉଡ଼ାଣ ବାତିଲ କରିଛି। ଇଣ୍ଡିଗୋ ଯାତ୍ରୀମାନଙ୍କୁ ଆଶ୍ୱାସନା ଦେଇଛି ଯେ ସୁରକ୍ଷା ଏକ ସର୍ବୋଚ୍ଚ ପ୍ରାଥମିକତା ଏବଂ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି।
ସୂଚନାନୁସାରେ, ସୋମବାର ଇଥିଓପିଆରେ ଏକ ଜ୍ୱାଳାମୁଖି ବିସ୍ଫୋରଣ ହୋଇଥିଲା । ପ୍ରାୟ ୧୦ ହଜାର ବର୍ଷ ପରେ ଇଥିଓପିଆରେ ଥିବା ହଲି ଗୁବି ଆଗ୍ନେୟଗିରିରେ ଲାଭା ବାହାରକୁ ଆସିଥିଲା । ପ୍ରଥମେ ଏଥିରୁ ବାହାରିଥିବା ଧୂଆଁ ଏବଂ ପାଉଁଶ ୟେମେନ୍ ଏବଂ ଓମାନରେ ପହଁଚିଥିଲା । ପରେ ଏହା ଭାରତ ଆଡେ ମୁହାଁଇଛି । ଘଣ୍ଟାପ୍ରତି ୧୩୦ କିଲୋମିଟର ବେଗରେ ଭାରତ ଆଡକୁ ଆସୁଛି । ସେପଟେ ମୁମ୍ବାଇ ଏବଂ ଦିଲ୍ଲୀ ଆକାଶରେ ଜ୍ବାଳାମୁଖୀ ପାଉଁଶର ଘନ ଆସ୍ତରଣ ଦେଖା ଦେଇଥିବାରୁ ବିମାନ ଉଡ଼ାଣକୁ ପ୍ରଭାବିତ ହୋଇଛି।
Powered by Froala Editor