ଶୀତଦିନେ ବରମ୍ବାର ପିଅନ୍ତୁନି ଚା ଓ କଫି
ଥଣ୍ଡାପାଗରେ ଶରୀର ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଏହି ସମୟରେ ଥଣ୍ଡା କାଶ ଆଦି ହେବାର ଆଶଙ୍କା ଥାଏ। ତେଣୁ ଥଣ୍ଡା ପାଗରେ ଖାଦ୍ୟ-ପାନୀୟ ପ୍ରତି ସଚେତନ ରହିବାକୁ ପଡିଥାଏ। ତେବେ ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବା ଉଚିତ୍ ଓ ଅନୁଚିତ୍ ସେ ବିଷୟରେ ଆସନ୍ତୁ ଜାଣିବା।
ବିବାହ ଆଦି ଉତ୍ସବରେ ଅନେକ ଲୋକ କିଛି ନଭାବି ବହୁତ କିଛି ଖାଦ୍ୟ ଖାଇଥାନ୍ତି। ତେଣୁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ। ଥଣ୍ଡାପାଗରେ ଭୋକ ଅଧିକ ମାତ୍ରାରେ ବଢିଯାଇଥାଏ। ତେଣୁ ଓଭର ଡାଇଟିଙ୍ଗ କରନ୍ତୁ ନାହିଁ।
ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଦ୍ବାରା ଶରୀରର ଓଜନ ବୃଦ୍ଧି ହେବା ସହ ଆପଣ ମୋଟା ହୋଇ ପାରନ୍ତି। ଥଣ୍ଡାପାଗରେ ଲୁଣ ଓ ଚିନି କମ୍ ମାତ୍ରାରେ ସେବନ କରନ୍ତୁ। ଚା’ ଓ କଫି ବାରମ୍ବାର ପିଅନ୍ତୁ ନାହିଁ। ରାତ୍ରି ଭୋଜନରେ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ।
ଥଣ୍ଡାପାଗରେ ପତ୍ରଜନିତ ପରିବା, ଗାଜର, ମୂଳା ଆଦି ଅଧିକରୁ ଅଧିକ ସେବନ କରନ୍ତୁ। ଏହି ସମୟରେ ଡ୍ରାଏ ଫ୍ରୁଟ୍ସ ସେବନ କରିବା ଅମୃତ ସମାନ ହୋଇଥାଏ। ବାଦାମ, କାଜୁ, ଅଖରୋଟ୍, କିସମିସ ଆଦି ଖାଇବା ଦ୍ବାରା ଥଣ୍ଡା ଶର୍ଦ୍ଦି ହୋଇନଥାଏ।
ଯଦି ମିଠା ଖାଇବାକୁ ଚାହୁଁଛନ୍ତି ତେବେ ଗାଜର ଖିରୀ ଏବଂ ଖଜୁରୀ ଖିରୀ ଖାଇ ପାରିବେ। କାରଣ ଏଥିରେ ପ୍ରାକୃତିକ ମିଠା ଥାଏ ଯାହା ଶରୀର ପାଇଁ କମ୍ କ୍ଷତିକାରକ।
Powered by Froala Editor