ଜେଲ୍ରେ ଶିଶୁକନ୍ୟା ଜନ୍ମ ଦେଲେ ମୁସକାନ
ସ୍ୱାମୀ ସୌରଭ ରାଜପୁତଙ୍କୁ ବିଭତ୍ସ ଭାବେ ହତ୍ୟା କରି ତାଙ୍କ ମୃତଦେହକୁ ଏକ ନୀଳ ଡ୍ରମରେ ଲୁଚାଇ ରଖିଥିବା ମାମଲାରେ ମୀରଟ ଜେଲରେ ଥିବା ଅଭିଯୁକ୍ତ ମୁସକାନ ସୋମବାର ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ପ୍ରସବ ଯନ୍ତ୍ରଣା ବଢ଼ିବାରୁ ମୁସକାନଙ୍କୁ ରବିବାର ରାତି ପ୍ରାୟ ୧୧:୩୦ରେ ଲାଲା ଲଜପତ ରାୟ ସ୍ମାରକୀ ମେଡିକାଲ କଲେଜକୁ ଅଣାଯାଇଥିଲା। ପ୍ରସୂତି ବିଭାଗର ମୁଖ୍ୟ ଡ. ଶକୁନ ସିଂହ କହିଛନ୍ତି ଯେ ନବଜାତକର ଓଜନ ୨.୪ କିଲୋଗ୍ରାମ ଏବଂ ଡାକ୍ତରମାନେ ସଫଳତାର ସହ ସ୍ୱାଭାବିକ ପ୍ରସବ କରାଇଛନ୍ତି। ମାଆ ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି।
ମୀରଟର ଇନ୍ଦିରାନଗର ସ୍ଥିତ ସୌରଭଙ୍କ ଘରେ ମାର୍ଚ୍ଚ ୪ ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା। ମୁସକାନ ଏବଂ ତାଙ୍କ କଥିତ ପ୍ରେମିକ ସାହିଲ ଶୁକ୍ଳା ନିଶା ଦେଇ ସୌରଭଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେମାନେ ସୌରଭଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି, ମୁଣ୍ଡ ଓ ହାତକୁ କାଟି, ସିମେଣ୍ଟ ଭର୍ତ୍ତି ଏକ ନୀଳ ଡ୍ରମରେ ଲୁଚାଇ ଦେଇଥିଲେ।
ଜେଲ ଅଧୀକ୍ଷକ କହିଛନ୍ତି ଯେ ମୁସକାନଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି, କିନ୍ତୁ କେହିବି ଡାକ୍ତରଖାନାକୁ ଆସିନାହାଁନ୍ତି। ଯଦିଓ ମୁସ୍କାନର ଏବେ ସାରା ଜୀବନ ଜେଲ୍ରେ ବିତିବ , କିନ୍ତୁ ଜ୍ୟୋତିଷଙ୍କ ଅନୁସାରେ, ତାର ଏହି ଝିଅ ଜୀବନରେ ପ୍ରତି କ୍ଷେତ୍ରରେ ପ୍ରଗତି କରିବ ଏବଂ ସଦ୍ଭାବ ଓ ସାହସର ଉଦାହରଣ ସାଜିବ। ଦଶମ ଗୃହରେ ଶନି, ଦ୍ୱିତୀୟରେ ଉଚ୍ଚ ଗୁରୁ ଓ ପଞ୍ଚମରେ ବୁଧ-ଶୁକ୍ରର ଯୋଗ ଏହାକୁ ଅତ୍ୟନ୍ତ ଭାଗ୍ୟଶାଳୀ କରିଥାଏ। ଏହି ଶିଶୁକନ୍ୟା ଆତ୍ମବିଶ୍ୱାସୀ , ସାହସୀ ଓ ବିଜୟ ପ୍ରାପ୍ତ କରିବା ଯୋଗ୍ୟ ହେବ।
Powered by Froala Editor