ବିହାର ବିଧାନସଭା: ନରେନ୍ଦ୍ର ଯାଦବ ବିହାର ବିଧାନସଭାର କାମଚଳା ବାଚସ୍ପତି ନିଯୁକ୍ତ
ନୂଆଦିଲ୍ଲୀ: ଜେଡିୟୁ ବିଧାୟକ ନରେନ୍ଦ୍ର ଯାଦବ ବିହାର ବିଧାନସଭାର କାମଚଳା ବାଚସ୍ପତି ନିଯୁକ୍ତ । ଗୟା ଆସନରୁ ନବମ ଥର ପାଇଁ ଜିତିଥିବା ବିଜେପି ବିଧାୟକ ପ୍ରେମ କୁମାର ବାଚସ୍ପତି ଭାବରେ ନିର୍ବାଚିତ ହୋଇପାରନ୍ତି । ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଲଗାତାର ଅଷ୍ଟମ ଥର ପାଇଁ ଜିତିଥିବା ଜେଡିୟୁ ବିଧାୟକ ନରେନ୍ଦ୍ର ନାରାୟଣ ଯାଦବ ସୋମବାର ବିହାର ବିଧାନସଭାର କାମଚଳା ବାଚସ୍ପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ ରାଜଭବନରେ ଶ୍ରୀ ଯାଦବଙ୍କୁ ଶପଥ ପାଠ କରାଇଛନ୍ତି ।
୭୪ ବର୍ଷୀୟ ନରେନ୍ଦ୍ର ନାରାୟଣ ଯାଦବ ୧୯୯୫ ମସିହାରୁ ମାଧେପୁରା ଜିଲ୍ଲାର ଆଲମନଗର ନିର୍ବାଚନମଣ୍ଡଳୀରୁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଆସୁଛନ୍ତି । ଶ୍ରୀ ଯାଦବ ନିର୍ବାଚନରେ ଭିଆଇପି ପ୍ରାର୍ଥୀ ନବିନ କୁମାରଙ୍କୁ ପଞ୍ଚାବନ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ଶ୍ରୀ ଯାଦବ ଏବେ ବିଧାନସଭାରେ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇବେ ଏବଂ ନୂତନ ବାଚସ୍ପତି ପାଇଁ ନିର୍ବାଚନ ପରିଚାଳନା କରିବେ ।
Powered by Froala Editor