ନବ ଦାସଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ
ବ୍ରଜରାଜନଗର: ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ଝାରସୁଗୁଡାର ହସ୍ପିଟାଲରୁ ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲକୁ ଏୟାରଲିଫ୍ଟ କରି ଅଣାଯାଉଛି। ଗୁରୁତର ଅବସ୍ଥାରେ ନବ ଦାସଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଝାରସୁଗୁଡା ଏୟାରପୋର୍ଟ ଅଣାଯାଇଛି। ସେଠାରୁ ତାଙ୍କୁ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଉଛି।ବ୍ରଜରାଜ ନଗରରେ ରବିବାର ତାଙ୍କୁ ଗୁଳିମାଡ ହୋଇଛି। ଗାଡିରୁ ଓହ୍ଲାଇବା ସମୟରେ ତାଙ୍କୁ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ଏଏସଆଇ ତାଙ୍କୁ ଗୁଳି କରିଛନ୍ତି। ପୋଲିସ ଏଏସ୍ଆଇ ଜଣକ ହେଲେ ଗାନ୍ଧି ଛକ ଥାନାର ଏଏସ୍ଆଇ ଗୋପାଳ ଦାସ। ସେ ମନ୍ତ୍ରୀଙ୍କୁ ୪-୫ ରୁ ରାଉଣ୍ଡ ଗୁଳି କରିଛନ୍ତି। ଘଟଣା ପରେ ପୋଲିସ ଏଏସଆଇଙ୍କୁ କାବୁ କରି ନେଇଥିଲା। ଏବେ ତାଙ୍କୁ ପଚରା ଉଚରା ଚାଲଛି।ଗୁଳିମାଡ ହେବାପରେ ମନ୍ତ୍ରୀ ଅଚେତ ହୋଇ ପଡିଥିଲେ। ବାମ ପଟ ଛାତିରେ ଗୁଳିମାଡ ହୋଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଝାରସୁଗୁଡାର ଏକ ହସ୍ପିଟାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଳା। ତା ପରେ ତାଙ୍କୁ ଭୁବନେଶ୍ବର ଏୟାରଲିଫ୍ଟ କରି ଆଣିବା ପକ୍ରିୟା ଜାରି ରହିଛି। ସବୁଠାରୁ ବଡ କଥା ହେଉଛି , ଘଟଣାସ୍ଥଳରେ ୪ରୁ ୫ ରାଉଣ୍ଡ ଗୁଳି ଫୁଟିଛି । ମନ୍ତ୍ରୀଙ୍କ ସହ ଅନ୍ୟ ଜଣଙ୍କ ଦେହରେ ଗୁଳି ବାଜିଥିବା ସୂଚନା ମିଳିଛି ।
Powered by Froala Editor