ବାଟବରଣୀ ବେଳେ ଜଣା ପଡ଼ିଲା ବର ଅପାଠୁଆ, ବାହା ହେବାକୁ ମନା କଲା କନ୍ୟା

ଫାରୁଖାବାଦ: ଧୂମଧାମରେ ବାଜା ରୋସଣୀ କରି ବାହା ହେବାକୁ ବାହାରିଲା ବର । ନାଚଗୀତରେ ବରଯାତ୍ରୀ ରାସ୍ତାରେ କଲେ ଧମାଲ । ରାତି ପ୍ରାୟ ଗୋଟାଏରେ ବର ପହଞ୍ଚିଲା କନ୍ୟା ଘରେ । ତା’ପରେ ସବୁ ଓଲଟ ପାଲଟ ହୋଇଗଲା । କାରଣ ବାଟବରଣୀ ବେଳେ ଜଣା ପଡ଼ିଲା ବର ଅପାଠୁଆ । ଟଙ୍କା ବି ଗଣି ପାରିଲେନି । ଏହାପରେ ଅପାଠୁଆ ଯୁବକଙ୍କୁ ବାହା ହେବାକୁ ରୋକଠୋକ ମନା କରିଦେଲା କନ୍ୟା । ଫଳରେ ଶିଶୁପାଳ ହୋଇ ଘରକୁ ଫେରିବାକୁ ପଡିଲା ବରକୁ ।
ଘଟଣା ଉତ୍ତରପ୍ରଦେଶର ଫାରୁଖାବାଦର । ବାଟବରଣୀ ସମୟରେ କନ୍ୟାର ଭାଇ ବରକୁ ଟଙ୍କା ଗଣିବାକୁ ଦେଇଥିଲେ । ନୋଟ୍ ଗଣିବା ଛାଡନ୍ତୁ, ଖୁଚୁରା ପଇସାବି ବର ଗଣି ପାରି ନଥିଲେ । ଏ ଖବର କନ୍ୟା ଜାଣିବା ପରେ ଅପାଠୁଆ ଯୁବକଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଏହାପରେ ଉଭୟ ପରିବାର ମଧ୍ୟରେ ବିବାଦ ଦେଖା ଦେଇଥିଲା । କଥା କଟାକଟି ହେବା ସହ ଘଟଣା ଥାନାକୁ ଯାଇଥିଲା । ପରେ ବିବାହ କରା ନଯିବାକୁ ଥାନାରେ ବୁଝାମଣା ହୋଇଥିଲା । ଏହାପରେ ବର ଫେରି ଯାଇଥିଲା ।
Powered by Froala Editor