ସୁନାରେ ତିଆରି ହେଲା ମୋଦିଙ୍କ ପ୍ରତିମୂର୍ତ୍ତି

୧୫୬ ଗ୍ରାମ ସୁନାରେ ନିର୍ମାଣ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିମୂର୍ତ୍ତି। ଗୁଜରାଟ ସୁରତରେ ଜଣେ ସୁନା ବ୍ୟବସାୟୀ ବସନ୍ତ ବୋରାଙ୍କ କମ୍ପାନିରେ ଏହାକୁ ତିଆରି କରାଯାଇଛି।୩ ଇଞ୍ଚ ଚଉଡ଼ା, ସାଢ଼େ ୪ ଇଞ୍ଚ ଲମ୍ବ ଏହି ପ୍ରତିମୂର୍ତ୍ତିକୁ ତିଆରି କରିବାକୁ ଲାଗିଛି ୩ ମାସର ସମୟ। ୧୮ କ୍ୟାରେଟ୍ ସୁନାରେ ତିଆରି ହୋଇଥିବା ମୋଦିଙ୍କ ଏହି ପ୍ରତିମୂର୍ତ୍ତିରେ ଅନେକ ବିଶେଷତ୍ୱ ରହିଛି।
ପ୍ରତିମୂର୍ତ୍ତିଟି ଅବିକଳ ମୋଦିଙ୍କ ଭଳି ଦେଖାଯାଉଛି। ଆଖି, ନାକ, କାନ ଏମିତିକି ମୋଦିଙ୍କ ଚଷମା ଓ ଦାଢ଼ିକୁ ବି ଅବିକଳ କରିଛନ୍ତି ୨୦ଜଣ କାରିଗର। ଏହି ମୂର୍ତ୍ତିର ଦାମ ୧୧ ଲକ୍ଷ ଟଙ୍କା ରଖାଯାଇଛି। ଗୁଜରାଟ ନିର୍ବାଚନରେ ବିଜେପି ଯେତିକି ସିଟ୍ରେ ବିଜୟୀ ହୋଇଛି ସେତିକି ଗ୍ରାମରେ ଏହି ମୂର୍ତ୍ତିକୁ ତିଆରି କରାଯାଇଛି। ଗତବର୍ଷ ଡିସେମ୍ବରରେ ବିଜେପି ଗୁଜରାଟ ବିଧାନସଭା ନିର୍ବାଚରେ ୧୮୨ରୁ ୧୫୬ ସିଟ୍ରେ ବିଜୟ ହାସଲ କରିଥିଲା।ଅନେକ ଲୋକେ ମୋଦିଙ୍କ ଏହି ପ୍ରତିମୂର୍ତ୍ତିକୁ କିଣିବା ପାଇଁ ଆଗ୍ରହୀ ଅଛନ୍ତି, କିନ୍ତୁ ଏହାକୁ ତିଆରି କରିଥିବା ସୁନା ବ୍ୟବସାୟୀ ଏହି ମୂର୍ତ୍ତିକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇ ନାହାନ୍ତି।
Powered by Froala Editor