୧.୫୩ ଲକ୍ଷ କୋଟି ଟଙ୍କାର ୯ ବୃହତ୍ ପ୍ରକଳ୍ପକୁ ହାଇଲେଭଲ୍ କ୍ଲିଅରାନ୍ସ
ଭୁବନେଶ୍ୱର: ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦେଢ଼ମାସ ପରେ ରାଜ୍ୟ ସରକାର ୧,୫୩,୦୭୪.୬୩ ଲକ୍ଷ କୋଟି ଟଙ୍କାର ୯ଟି ବୃହତ୍ ପ୍ରକଳ୍ପକୁ ହାଇଲେଭଲ୍ କ୍ଲିଅରାନ୍ସ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟରେ ମୋଟ ୨୭୦୩୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହାଇଲେଭଲ କ୍ଲିଅରାନ୍ସ ଅଥରିଟି(ଏଚଏଲସିଏ) ବୈଠକରେ ଗ୍ରୀନ୍ ଏନର୍ଜିଂ ଓ ଉପକରଣ କ୍ଷେତ୍ରର ୪ଟି ପ୍ରକଳ୍ପ, ପେପର ଶିଳ୍ପର ୨ଟି ପ୍ରକଳ୍ପ, ମେଟାଲ ଓ ମିନେରାଲ କ୍ଷେତ୍ରର ୨ଟି ଓ ଗୋଟିଏ ଆଇଟି କ୍ଷେତ୍ରର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ମାଧ୍ୟମରେ ରାଜ୍ୟରେ ପୁଞ୍ଜିନିବେଶ ନିମନ୍ତେ ଆସିଥିଲା । ଏହି ପ୍ରକଳ୍ପଗୁଡ଼ିକ ବାଲେଶ୍ୱର, ଢେଙ୍କାନାଳ, ଜଗତସିଂହପୁର, ଗଞ୍ଜାମ, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ଥାପିତ ହେବ ।
ଯେଉଁସବୁ ପ୍ରକଳ୍ପଗୁଡ଼ିକୁ ଆଜି ହାଇଲେଭଲ କ୍ଲିଅରାନ୍ସ ମିଳିଛି ସେଥିରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ୩୮ହଜାର କୋଟି ଟଙ୍କା ବ୍ୟୟରେ ପାରାଦୀପରେ ବାର୍ଷିକ ୭ନିୟୁତ ଟନ୍ ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବ । ଏହା ଦ୍ୱାରା ୧୧୪୯୫ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି ରୁଙ୍ଗଟା ମେଟାଲସ ପ୍ରାଃ ଲିମିଟେଡ୍ ୧୧୪୦କୋଟି ଟଙ୍କା ବ୍ୟୟରେ ମୟୂରଭଞ୍ଜରେ ନିଜର ଷ୍ଟିଲ ପ୍ଲାଂଟକୁ ବାର୍ଷିକ ୦.୫ ନିୟୁତ ଟନରୁ ଏକ ନିୟୁତ ଟନ କ୍ଷମତାକୁ ସମ୍ପ୍ରସାରଣ କରିବ । ଏହାଦ୍ୱାରା ଅଧିକ ୧୦୧୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।
ଏସିଏମଇ କ୍ଲିନ୍ ଏନର୍ଜି ପ୍ରାଃ ଲିମିଟେଡର ୫୮୨୦୯.୧୩କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ସାମିଲ ଅଛି । କମ୍ପାନୀ ୧.୧ ମିଲିୟନ କ୍ଷମତା ବିଶିଷ୍ଟ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଂଟ ଓ ଗ୍ରୀନ୍ ଆମୋନିଆ ପ୍ଲାଂଟ ଜଗତସିଂହପୁର ଜିଲ୍ଲାର କୁଜଙ୍ଗଠାରେ ସ୍ଥାପନ ହେବ । ସେହିପରି ୪୫୦୦ ମେଗାୱାଟ ସୋଲାର ପାୱାର ପ୍ଲାଂଟ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ସ୍ଥାପନ କରିବ । ଏହାଦ୍ୱାରା ମୋଟ ୩୪୦୦ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି ।
Powered by Froala Editor