ଭୀଷଣ ବର୍ଷାରେ ୩ ଜଣଙ୍କ ମୃତ୍ୟୁ
ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ହୋଇଛି । ପ୍ରାୟ ୧୩ ଜିଲ୍ଲା ପ୍ରଭାବିତ ହୋଇଛି । ୧୩ଟି ଜିଲ୍ଲାରୁ ୮ଟି ପାଇଁ ପାଣିପାଗ ବିଭାଗ ରେଡ୍ ଆଲର୍ଟ ମଧ୍ୟ ଜାରି କରିଛି । ଡେରାଡୁନରେ ଥିବା ଭାରତୀୟ ପାଣିପାଗ ବିଭାଗ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ।
ଏପରିକି ଭୀଷଣ ବର୍ଷା ଯୋଗୁଁ ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ଦୁଇ ଜଣ ନିଖୋଜ ଅଛନ୍ତି । ଗୁରୁବାର ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ବାଦଲ ଫଟା ବର୍ଷା ପାଇଁ ମୁନା ନାମକ ଜଣେ ୩୨ବର୍ଷୀୟ ବ୍ୟକ୍ତି ପ୍ରବଳ ଜଳ ପ୍ରବାହରେ ଭାସି ଯାଇ ମୃତ୍ୟୁ ବରଣ କରିଥିବାବେଳେ କାଜଲ ଏବଂ ସାକ୍ଷୀ ନାମକ ଦୁଇ ଜଣ ଝିଅ ନିଖୋଜ ଅଛନ୍ତି । ମୁନାଙ୍କ ମୃତଦେହ ମିଳିସାରିଥିବା ବେଳେ ଦୁଇଜଣ ଝିଅଙ୍କୁ ଉଦ୍ଧାର କରାଯାଇପାରିନାହିଁ ବୋଲି କହିଛନ୍ତି ଏସଡିଆରଏଫର ମିଡ଼ିଆ ଇନ-ଚାର୍ଜ ପ୍ରବୀଣ ଆଲୋକ ।
ୟୁଏସ ନଗର ଜିଲ୍ଲାର ବାଜପୁରରେ ହୋଇଥିବା ଅନ୍ୟ ଏକ ଘଟଣାରେ ଗୁରୁବାର ଦିନ ପ୍ରବଳ ବର୍ଷା ହେତୁ ଘରର କାନ୍ଥ ଭୁଶୁଡ଼ିବା ପରେ ୨୮ବର୍ଷିୟ ଶଙ୍କର ଓ ୪୦ବର୍ଷୀୟ ମୁକେଶଙ୍କ ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ଦ୍ୱାରା ହୋଇଥିବା ଭୂସ୍ଖଳନ ପାଇଁ ଅନେକ ରାଜପଥ ଓ ରାସ୍ତା ଅବରୋଧ ହୋଇ ରହିଛି।
Powered by Froala Editor