ଛୁରାମାଡ଼ କରି ଲୁଟିନେଲେ ଦୁର୍ବୃତ୍ତ
ବଡ଼ବିଲ : ଛୁରାମାଡ଼ କରି ଲୁଟ୍ । ଜଣେ ଟ୍ରଲର ଡ୍ରାଇଭରଙ୍କୁ ଛୁରାମାଡ଼ କରି ୫ ହଜାର ଲୁଟି ନେଲେ ଦୁର୍ବୃତ୍ତ । କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳରେ ଘଟିଛି ଏପରି ଘଟଣା । ଯୋଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଯୋଡ଼ା ଅଞ୍ଚଳରେ ଜଣେ ଟ୍ରଲର ଡ୍ରାଇଭରଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ । ଛୁରାମାଡ଼ ପରେ ଡ୍ରାଇଭରଙ୍କଠୁ ପାଞ୍ଚ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ତେବେ ଛୁରାମାଡ଼ରେ ଗୁରୁତର ଡ୍ରାଇଭର ଝାଡ଼ଖଣ୍ଡ ଜାମସଦପୁର ଅଞ୍ଚଳର ହ୍ରୀଦୟା ଯାଦବ ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଯୋଡ଼ା ଟାଟା ଷ୍ଟିଲ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଯୋଡ଼ା ପୋଲିସର ଘଟଣାର ତଦନ୍ତ ଜାରି ରଖିଛି ।
Powered by Froala Editor