କ୍ଷେପଣାସ୍ତ୍ର ପୃଥ୍ବୀ-୨ର ସଫଳ ପରୀକ୍ଷଣ

ବାଲେଶ୍ୱର: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ବୀ-୨ର ରାତ୍ରୀକାଳୀନ ପରୀକ୍ଷଣ ସଫଳ ହୋଇଛି। ବାଲେଶ୍ବର ଚାନ୍ଦିପୁର ଆଟିଆର୍ରେ ୩ ନମ୍ବର ଲଞ୍ଚ ପ୍ୟାଡରୁ ମଏହି ପରୀକ୍ଷା କରାଯାଇଛି। ଏହି କ୍ଷେପଣାସ୍ତ୍ରର ଓଜନ ୪ ହଜାର ୬୦୦ କେଜି, ଲମ୍ବ ୮. ୫୬ ମିଟର, ବ୍ୟାସ ୧୧୦ ସେମି ରହିଛି। ପୃଥ୍ବୀ-୨ କ୍ଷେପଣାସ୍ତ୍ରର ଲକ୍ଷ ଭେଦ କ୍ଷମତା ୨୫୦ କିମିରୁ ୩୫୦ କିମି ପର୍ୟ୍ୟନ୍ତ ରହିବ ବୋଲି କୁହାଯାଇଛି। ସୂଚନାଥାଉକି, ଏହି କ୍ଷେପଣାସ୍ତ୍ରଟି ପୂର୍ବରୁ ସୈନ୍ୟବାହିନୀରେ ସାମିଲ ହୋଇ ସାରିଛି।
Powered by Froala Editor