ବିମାନରେ ନିଶାସକ୍ତ ଅବସ୍ଥାରେ ହଙ୍ଗାମା କରି ଦୁଇ ଗିରଫ
ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ମଦ୍ୟପାନ। ନିଶାସକ୍ତ ଅବସ୍ଥାରେ ହଙ୍ଗାମା କରିଛନ୍ତି ଯାତ୍ରୀ। ସୂଚନା ଅନୁଯାୟୀ, ଦିଲ୍ଲୀରୁ ପାଟଣା ଅଭିମୁଖେ ଯାଉଥିଲା ଫ୍ଲାଇଟ୍।
ନିଶାସକ୍ତ ଅବସ୍ଥାରେ ୩ ଯାତ୍ରୀ ଦିଲ୍ଲୀ ଏୟାରପୋର୍ଟରୁ ଚଢିଥିଲେ। ମଝି ଆକାଶରେ ବି ସେମାନେ ମଦ୍ୟପାନ କରିବାକୁ ଚେଷ୍ଟା କରିଥିଲେ । ଏୟାରହଷ୍ଟେସ ଓ ପାଇଲଟଙ୍କୁ ମଧ୍ୟ ସେମାନେ ଦୁର୍ବ୍ୟବହାର ଦେଖାଇଥିଲେ । ପରେ ରାତି ୯ଟାରେ ପାଟଣା ଏୟାରପୋର୍ଟରେ ଫ୍ଲାଇଟ୍ ପହଞ୍ଚିବା ପରେ ଦୁଇ ଜଣଙ୍କୁ ସିଆଇଏସଏଫ ହେପାଜତରେ ନେଇଥିଲା । ସେଠାରୁ ସେମାନଙ୍କୁ ପାଟଣା ପୋଲିସକୁ ହସ୍ତାନ୍ତର କରାଯାଇଥିଲା ।
ନିଶାସକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଥିବା ନେଇ ସ୍ପଷ୍ଟ କରିଛନ୍ତି ଏୟାରପୋର୍ଟରେ ମୁତୟନ ଥିବା ଏସଏଚଓ ରବର୍ଟ ପିଟର୍ । ଇଣ୍ଡିଗୋ ଫ୍ଲାଇଟର ୬ଋ-୬୩୮୩ ରେ ହଙ୍ଗାମା କରିଥିବା ଦୁଇ ଜଣ ଯାତ୍ରୀଙ୍କୁ କୋର୍ଟରେ ହାଜର କରାଯିବା ନେଇ ଜଣାପଡିଛି। ଦୁଇ ଅଭିଯୁକ୍ତଙ୍କ ନାମ ରୋହିତ କୁମାର ଓ ନିତିନ ବୋଲି ଜଣାପଡିଛି ।
ତେବେ ଇଣ୍ଡିଗୋର ସୂଚନା ଅନୁଯାୟୀ, ଯାତ୍ରୀ ମାନେ ମଦ ନେଇ ଫ୍ଲାଇଟରେ ଚଢିଥିବା ନେଇ ଏଟିସିକୁ ସୂଚନା ଦିଆଯାଇଥିଲା। ବିହାରରେ ମଦ ବ୍ୟାନ ଥିବାରୁ ଲ୍ୟାାଣ୍ଡିଂ ପରେ ଇଣ୍ଡିଗୋ ପକ୍ଷରୁ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଆଧାର କରି ସେମାନଙ୍କୁ ଗିରଫ କରାଯାଇଥିଲା ।
Powered by Froala Editor