ଋଣ ସୁଧ ଫେରସ୍ତ କାର୍ୟ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏସଏଚଜିଙ୍କୁ ଫେରାଇଲେ ଋଣର ସୁଧ
ଭୁବନେଶ୍ୱର: ଆଗରୁ ବ୍ୟାଙ୍କରୁ ପାଇସା ପାଇବା ପାଇଁ ମାସେମାସେ ସମୟ ଲାଗୁଥିଲା କିନ୍ତୁ 5T ରୂପାନ୍ତରିତ କାର୍ୟ୍ୟକ୍ରମ ମାଧ୍ୟମରେ ଆକାଉଣ୍ଟକୁ ସିଧାସଳଖ ସୁଧ ପଇସା ମିଳିଯାଉଛି । ଋଣ ସୁଧ ଫେରସ୍ତ କାର୍ୟ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଏସଏଚଜିଙ୍କୁ ଫେରାଇଲେ ଋଣର ସୁଧ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମିଶନଶକ୍ତି ସ୍ଳେଗାନ ନୁହେଁ ବରଂ ଜୀବନଧାରା ପାଲଟିଛି । ମା’ମାନଙ୍କୁ ଉଦ୍ୟୋଗୀ ଭାବେ ଦେଖିବାକୁ ଚାହେଁ । ଓଡ଼ିଶାର ରୂପାନ୍ତରଣରେ ସେମାନଙ୍କର ବଡ଼ ଭୂମିକା ରହିଛି ।
୧୨୫ କୋଟିର ସୁଧ ରିହାତି ବାଣ୍ଟିବେ ସରକାର। ଉପକୃତ ହେବେ ୨.୫ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ। ଏହାସହ ବିଭିନ୍ନ ଜଲ୍ଲାରେ ମିଶନ ଶକ୍ତି ଭବନ ଉଦଘାଟନ କରିବେ ନବୀନ ପଟ୍ଟନାୟକ। ଏହା ଏକ ମାଇଲଷ୍ଟୋନ୍ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଜିରୋ ଇଣ୍ଟରେଷ୍ଟ ଲୋନ୍ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଗଲା, ଯାହା ଏପ୍ରିଲ୍ ୨୦୨୨ ରେ ଲାଗୁ କରାଯାଇଥିଲା । ଏହା ମଧ୍ୟରେ ଯେତିକି ସୁଧ ହୋଇଥିଲା ତାହା ବଣ୍ଟା ଯାଇଛି ।
ଯାଜପୁରରେ ଓଡିଶାର ପ୍ରଥମ ମିଶନ ଶକ୍ତି ଭବନ ଲୋକାର୍ପଣ ହେବ । ନିକଟରେ ଗ୍ରାମ୍ୟ ବ୍ୟାଙ୍କରୁ ଶୂନ୍ୟ ପ୍ରତିଶତ ସୁଧରେ ଏକ କୋଟିର ଋଣ ଯୋଗାଇ ଦିଆଯାଇଥିଲା ।
Powered by Froala Editor