ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ
କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି । ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ପ୍ରବାହିତ ନଦୀ, ନାଳ ଗୁଡ଼ିକରେ ଥିବା ବଉଳା କୁମ୍ଭୀର ଗୁଡିକୁ ଗଣନା କରାଯିବ କ୍ଷ ଆଜି ଠାରୁ ୩ ଦିନ ପର୍ୟ୍ୟନ୍ତ ଗଣନା କାର୍ୟ୍ୟ ଜାରି ରହିବ ।
କୁମ୍ଭୀର ବିଶେଷଜ୍ଞ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ଗଣନା ଆରମ୍ଭ ହୋଇଛି। ଗଣନା କାର୍ୟ୍ୟ ପାଇଁ ୨୨ଟି ଟିମ୍ ନିୟୋଜିତ ହୋଇଛନ୍ତି। ପ୍ରତି ଟିମ୍ ରେ ୪ ରୁ ୫ ଜଣ ସଦସ୍ୟ ରହିଛନ୍ତି। ରାଜନଗର ବନଖଣ୍ଡର ୪ଟି ରେଞ୍ଜ କନିକା, ଡାଙ୍ଗମାଳ, ଗହୀରମଥା ଓ ମହାକାଳପଡ଼ା ଅଞ୍ଚଳରେ କୁମ୍ଭୀର ଗଣନା କରାଯାଉଛି।
ଏଥିପାଇଁ ଜାନୁଆରୀ ୪ ଓ ୫ ତାରିଖ ଦୁଇ ଦିନ ଧରି ଗଣନାକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ହୁଲି ଡଙ୍ଗାରେ ଗଣନାକାରୀ ମାନେ ସକାଳେ ଖରା ସମୟରେ ଏବଂ ରାତିରେ ସ୍ପଟ୍ ଲାଇଟ୍ ମାଧ୍ୟମରେ ଗଣନା କରିବେ । ଚଳିତ ବର୍ଷ ପ୍ରଥମ କରି ମୋବାଇଲ ଆପ୍ ସାହାଯ୍ୟ ରେ ଗଣନା କରାଯାଉଛି। ଗତବର୍ଷ ଭିତରକନିକାରେ ୧୭ଶହ ୬୮ କୁମ୍ଭୀର ଥିବା ଗଣନାରୁ ଜଣାପଡ଼ିଥିଲାକ୍ଷ କୁମ୍ଭୀର ଗଣନା ପାଇଁ ଜାତୀୟ ଉଦ୍ୟାନ ୧୦ଦିନ ପାଇଁ ବନ୍ଦ ରହିଛି।
Powered by Froala Editor