ଯଦି ମହିଳାମାନେ ପାଠ ପଢ଼ିବେ ପ୍ରଜନନ ହାର ହ୍ରାସ ପାଇବ : ନୀତୀଶ କୁମାର
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମହିଳାମାନେ ଅଶିକ୍ଷିତ ହୋଇଥିବା ବେଳେ ପୁରୁଷମାନେ ସେମାନଙ୍କ କାର୍ଯ୍ୟର ପରିଣାମ କଥା ଭାବୁ ନ ଥିବାରୁ ଜନସଂଖ୍ୟା ନିୟନ୍ତ୍ରଣ କରିପାରୁ ନାହାନ୍ତି । ଶନିବାର ଦିନ ବୈଶାଳୀରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେବା ବେଳେ ‘ଜନତା ଦଳ-ୟୁନାଇଟେଡ୍’ର ନେତା ନୀତୀଶ କୁମାର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ଜଣେ ପୁରୁଷକୁ ମନେ ରଖିବାକୁ ପଡ଼େ ନାହିଁ ଯେ, ତାଙ୍କୁ ପ୍ରତିଦିନ ପ୍ରସବ କରିବାକୁ ପଡ଼େନି। ମହିଳାମାନେ ଅଶିକ୍ଷିତ ହୋଇଥିବା ବେଳେ ପୁରୁଷମାନେ ସେମାନଙ୍କ କାର୍ଯ୍ୟର ପରିଣାମ କଥା ଭାବୁ ନଥିବାରୁ ଜନସଂଖ୍ୟା ନିୟନ୍ତ୍ରଣ କରିପାରୁ ନାହିଁ। ଯଦି ମହିଳାମାନେ ସୁଶିକ୍ଷିତ ହୋଇଥାଆନ୍ତେ, କିଂବା ଅନ୍ତଃସତ୍ତ୍ବା ହେବାରୁ ବର୍ତ୍ତିବା କଥା ଜାଣିଥାଆନ୍ତେ ତେବେ ଏହା ସମ୍ଭବ ହୁଅନ୍ତା। ପୁରୁଷମାନେ ଆପଣା କଲା କର୍ମର ପରିଣାମ କଥା ବିଚାର କରୁ ନ ଥିବା ବେଳେ ମହିଳାମାନେ ସୁଶିକ୍ଷିତ ନ ହୋଇଥିବାରୁ ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ କରିପାରୁ ନାହାନ୍ତି।
ନୀତୀଶଙ୍କ ବୟାନକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। ବିଜେପି ନେତା ସମ୍ରାଟ ଚୌଧୁରୀ କହିଛନ୍ତି ଯେ, ନୀତୀଶ ବିହାରର ଭାବମୂର୍ତ୍ତି ନଷ୍ଟ କରିଛନ୍ତି। ସର୍ବସାଧାରଣରେ ମୁଖ୍ୟମନ୍ତ୍ରୀ ଅରୁଚିତକର ଶବ୍ଦ ପ୍ରୟୋଗ କରିଛନ୍ତି।
Powered by Froala Editor