କୂଅରେ ପଡ଼ି ୨ ସିଂହଙ୍କ ମୃତ୍ୟୁ

ଗୁଜରାଟର ଅମ୍ରେଲୀ ଜିଲ୍ଲା ଅନ୍ତର୍ଗତ ଗିର୍ ବନ ଉପଖଣ୍ଡ ଅଞ୍ଚଳରେ ଦୁଃଖଦ ଘଟଣା ଘଟିଛି । ଏକ ନନ୍ଦ ନ ଥିବା କୂଅରେ ପଡ଼ି ଗୋଟାଏ ସିଂହ ଓ ସିଂହୀର ମୃତ୍ୟୁ ଘଟିଛି ।
ବୁଲାବୁଲି କରୁଥିବା ବେଳେ ୫ ଓ ୯ ବର୍ଷ ବୟସ୍କ ସିଂହ ଦୁଇଟି ଶୁକ୍ରବାର ପ୍ରତ୍ୟୁଷରେ ଖମ୍ଭା ତାଲୁକ ଅନ୍ତର୍ଗତ କୋଟଡ଼ା ଗ୍ରାମର ଜଣେ କୃଷକଙ୍କ କୂଅରେ ପଡ଼ିଯାଇଥିଲେ । କୃଷକଜଣକ ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ। ଉଦ୍ଧାରକାରୀ ଦଳ ମଧ୍ୟ ୧୨ ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ, ସେତେବେଳକୁ ଦୁହେଁ ପାଣିରେ ବୁଡ଼ି ମରିଯାଇଥିଲେ।
ଗିର୍ ଉପ-ବନ ସଂରକ୍ଷକ ରାଜଦୀପସିଂହ ଜାଲା କହିଛନ୍ତି, ସିଂହମାନଙ୍କୁ କୂଅରୁ ପଡ଼ିବାରୁ ରକ୍ଷା କରିବା ଲାଗି ୨୦୦୭-୦୮ରୁ ଅମ୍ରେଲୀ ଏବଂ ଗିର୍ ସୋମନାଥ ଜିଲ୍ଲା ସମେତ ଗିର୍ ପୂର୍ବ ଉପଖଣ୍ଡରେ ଥିବା ଅନ୍ୟୂନ ୧୧,୭୪୮ କୂଆ ଚତୁଃପାର୍ଶ୍ବରେ ବାଡ଼ା ଦିଆଯାଇଛି। ତାସତ୍ତ୍ୱେ ଏ ଘଟଣା ନିଶ୍ଚିତ ରୂପେ ଚିନ୍ତାଜନକ । ଶନିବାର ଦିନ ମଧ୍ୟ ଆଉ ଗୋଟାଏ ସିଂହ ଡାଲ୍ଖାନିୟା ରେଞ୍ଜ୍ରେ କୂଅରେ ପଡ଼ିଯାଇଥିଲା। କିନ୍ତୁ, ଉଦ୍ଧାରକାରୀ ଦଳ ତତ୍କ୍ଷଣାତ୍ ସେଠାରେ ପହଞ୍ଚି ତାକୁ ଉଦ୍ଧାର କରିଥିଲେ।
Powered by Froala Editor