ଆକାଶ ପାଠକଙ୍କ ବିଏମଡବ୍ଲୁ କାର୍କୁ ଜବତ କଲା ଇଡି
ଭୁବନେଶ୍ୱର: ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଆକାଶ ପାଠକଙ୍କର ବିଏମଡବ୍ଲୁ କାର୍କୁ ଜବତ କରିଛି ଇଡି। ୭୨ ଲକ୍ଷ ନଗଦ ଟଙ୍କା ଦେଇ ଏହି ବିଏମଡବ୍ଲୁ କାରକୁ ଓଏସ୍ଏଲ୍ ଶୋ’ ରୁମ୍ରୁ କିଣିଥିଲେ ଆକାଶ। ଦୀର୍ଘ ଦିନ ଧରି ଏହି କାରଟି ଗାୟବ ଥିଲା। ବର୍ତ୍ତମାନ ଏହି କାରକୁ ରାଜ୍ୟ ବାହାରୁ ଜବତ ଇଡି ଜବତ କରିଥିବା ଶୁଣାଯାଉଛି।
ପୂର୍ବରୁ ଆକାଶ ପାଠକଙ୍କ ବାପା ତଥା ଅବସର ପ୍ରାପ୍ତ ଆଇଏଫଏସ ଅଫିସର ଅଭୟ ପାଠକଙ୍କର ୨୯.୮୩ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଇଡି ଜବତ କରିଥିଲା।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଅବସରପ୍ରାପ୍ତ ଆଇଏଫଏସ ଅଫିସର ଅଭୟ ପାଠକଙ୍କୁ ରାଜ୍ୟ ଭିଜିଲାନ୍ସ ବିଭାଗ ୨୦୨୦ ନଭେମ୍ବର ୨୭ ତାରିଖରେ ତ ଗିରଫ କରିଥିଲା। ରାଜ୍ୟ ସରକାରଙ୍କ ସୁପାରିଶ ଆଧାରରେ କେନ୍ଦ୍ର ସରକାର ୨୦୨୧ ମେ’ ମାସରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ଅଭୟ ପାଠକଙ୍କ ପେଡ଼ି ଖୋଳୁ ଖୋଳୁ ଧରାପଡ଼ିଥିଲେ ପୁଅ ଆକାଶ ପାଠକ। ସେ ମଧ୍ୟ ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ବହୁ ଯୁବକ ଓ ଯୁବତୀଙ୍କୁ ଠକାଇଥିଲେ। ଏନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ଆକାଶଙ୍କୁ ଗିରଫ କରିଥିଲା।
Powered by Froala Editor