ଗର୍ଭବତୀ ମହିଳାଙ୍କୁ କରୋନା ଟିକା ମନା, କାହିଁକି ଜାଣନ୍ତୁ ?

କରୋନାର ପ୍ରଭାବ ବଢିବା ସହିତ ଏଥିରୁ ମୁକ୍ତି ପାଇବା ପାଇଁ ସାରା ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି । କିନ୍ତୁ ଏହି ଟିକକରଣରେ କିଛି ବର୍ଗର ଲୋକମାନଙ୍କୁ ସାମିଲ କରାଯାଇ ନାହିଁ । ଏଥିରେ ସ୍ତନପାନ କରାଉଥିବା ମା ଓ ଗର୍ଭବତୀ ମହିଳା ଅନ୍ତର୍ଭୁକ୍ତ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଯେ ଯେତେବେଳେ ବୃଦ୍ଧମାନଙ୍କୁ କରୋନା ଟିକା ପରୀକ୍ଷଣର ଏକ ଅଂଶ କରାଯାଇଛି, ତେବେ ଗର୍ଭବତୀ ମହିଳମାନେ କାହିଁକି ନୁହଁନ୍ତି ।
ବିଶେଷଜ୍ଞଙ୍କ ମତରେ ମା ହେବାକୁ ଚାହୁଁଥିବା ମହିଳାଙ୍କ ଉପରେ ଟିକା ପରୀକ୍ଷା କରିବା ଠିକ୍ ହେବ ନାହିଁ । ଅନେକଙ୍କ ମତରେ ଗର୍ଭବତୀ ମହିଳା ମାନଙ୍କୁ ବାଦ୍ ଦେବା ସେମାନଙ୍କ ମନରେ ଭୟ ସୃଷ୍ଟି କରିପାରେ । କିନ୍ତୁ ଅନେକ ଅଧ୍ୟୟନରୁ ଜଣାପଡଛି ଯେ କରୋନା ଭୂତାଣୁ ଯେତିକି ବିପଦଜନକ ଗର୍ଭବତୀ ମହିଳା ମାନଙ୍କୁ ଟିକାକରଣ ଠାରୁ ଦୂରରେ ରଖିବା ଭୁଲ ହୋଇପାରେ ।
କାହିଁ ଟିକାକରଣରୁ ବାଦ;
ଗର୍ଭାବସ୍ଥାରେ ଶିଶୁକୁ ସୁସ୍ଥ ରଖିବା ପାଇଁ ଟିକା ଦିଆଯାଏ । ଏହି ସମୟରେ ଶିଶୁଟି ମାତୃ ଶରୀରରୁ ପୋଷଣ ପାଇଥାଏ । ଯାହା ଶିଶୁର ରୋଗପ୍ରତିରୋଧକ ଶକ୍ତି ବଢାଇଥାଏ । କିନ୍ତୁ କରୋନା ଟିକା ପରୀକ୍ଷଣରେ ଅନ୍ତର୍ଭୁକ୍ତ ଯେ ଏହି ଔଷଧରେ କିଛି ପାଶ୍ୱର୍ପ୍ରତିକ୍ରିୟା ରହିଛି । ବୈଜ୍ଞାନିକମାନେ କହିଛନ୍ତି ଯେ ଗର୍ଭଧାରଣ ସମୟରେ ରୋଗପ୍ରତିରୋଧକ ଶକ୍ତି ପରିବର୍ତ୍ତନ ହୁଏ, ଯାହା ଏହି ଟିକା ସେମାନଙ୍କଠାରେ ଟ୍ରାଏଲ ସମୟରେ ବିଭିନ୍ନ ଫଳାଫଳା ଆଣିପାରେ । ଗର୍ଭାବସ୍ଥାରେ ମହିଳାମାନଙ୍କୁ ଟିକା ପରୀକ୍ଷଣରୁ ଦୂରେଇ ରଖିବାର ଗୋଟିଏ କାରଣ ହେଉଛି, ଏହି ଟ୍ରାଏଲରେ ରୋଗୀଙ୍କୁ ଔଷଧ ଅଧିକ ମାତ୍ରାରେ ଦିଆଯାଏ ଯାହା ଶିଶୁ ପାଇଁ ବିପଦଜନକ ପ୍ରମାଣିତ ହୋଇପାରେ । ଏହା ବ୍ୟତୀତ ଟିକା ପ୍ରସ୍ତୁତ କରୁଥଇବା କମ୍ପାନୀ ଗୁଡିକ ମଧ୍ୟ କୁହନ୍ତି ଯେ କରୋନା ପାଇଁ ଅଧିକ ବିପଦ ବର୍ଗରେ ଥିବା ଗର୍ଭବତୀ ମହିଳାଙ୍କ ଉପରେ ଟିକା ଟ୍ରାଏଲ ସମୟରେ କିଛି ବିଶେଷ ଜିନିଷ ଓ ଜଟିଳତାକୁ ଧ୍ୟାନରେ ରଖିବାକୁ ପଡିବ । ଏହି କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗୋଷ୍ଠୀରେ ଟିକା ପରୀକ୍ଷା କରାଯାଇନାହିଁ ।
Powered by Froala Editor