ବିନା ପାଣିରେ ବଂଚିଛି ଏହି ଜୀବ
ବିଚିତ୍ର ଏ ପୃଥିବୀରେ ଭିନ୍ନ ଭିନ୍ନ ଜୀବଙ୍କର ଭିନ୍ନ ଗୁଣ ରହିଛି । ଅନେକ ପ୍ରାଣୀ ଅଛନ୍ତି , ଯିଏକି କିଛି ନଖାଇ ବହୁ ବର୍ଷ ବଞ୍ଚି ପାରିବେ ଓ ଏମିତି କିଛି ଜୀବ ଅଛନ୍ତି ଯିଏ ବିନା ପିଇକି ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ମଧ୍ୟ ବଞ୍ଚି ପାରିବେ । ସେହି ଜୀବଟି ହଉଛି ଉତ୍ତର ଆମେରିକାର ମରୁଭୂମିରେ ଦେଖିବାକୁ ମଳୁଥିବା “କଙ୍ଗାରୁ ର୍ୟାଟ” । ଏହି ଜୀବର ଗୋଡ ଲାଞ୍ଜ ଅଷ୍ଟ୍ରେଲିଆରେ ମିଳୁଥିବା କଙ୍ଗାରୁ ସହିତ ସମାନ । କଙ୍ଗାରୁ ମୂଷାଟିର ଗାଲ ବାହାରେ ଏକ ବ୍ୟାଗ ଅଛି ଯେଉଁଥିରେ ସେ ଖାଦ୍ୟ ସାମଗ୍ରୀ ଆଣିଥାଏ । ସେହିପରି ଏହି ଜୀବର ବ୍ୟାଗ ଏବଂ ଗତିବିଧି ରହିଥାଏ ଓ ଏହା କଙ୍ଗାରୁ ଭଳି ଲଏମ୍ବ ଡିଆଁରେ ମଧ୍ୟ ପାରଙ୍ଗମ ଥାଏ । ସେଥିପାଇଁ ଏହାକୁ କଙ୍ଗାରୁ ବୋଲି ବିବେଚନା କରାଯାଏ । “କଙ୍ଗାରୁ ମୂଷା” ମରୁଭୂମିର ଏକ ଅଂଶବିଶେଷ । ଏହି ଜୀବ ପାଣି ପିଏ ନାହିଁ । କିନ୍ତୁ ଏହା ଶରୀରରେ ଅଧିକ ଜଳ ଥିବାରୁ ଅନ୍ୟ ପ୍ରାଣୀମାନେ ଏହାକୁ ଖାଇଥାନ୍ତି । ଏହି ମୂଷା ଚାଲିବାରେ ବହୁତ ଦ୍ରୁତ ଅଟେ । ଏକ ସେକେଣ୍ଡରେ ଏହା ୬ମିଟର ଦୂରତା ଅତିକ୍ରମ କରିଥାଏ । ଏହି କଙ୍ଗାରୁ ର୍ୟାଟ ର ଲାଞ୍ଜ ୨୦ସେ.ମି ଓ ଶରୀର ୧୮ସେ.ମି ଥାଏ ଅର୍ଥାତ ଏହାର ଲମ୍ବ ପ୍ରାୟ ୩୮ ସେ.ମି ରହିଥାଏ । ଏହି ଜୀବର ଆଗ ଗୋଡ ଛୋଟ, ମୁଣ୍ଡ ବଡ, ଆଖି ଛୋଟ ରହିଥାଏ । ଏହି ଜୀବ ଉପର ଲୋମ ହଳଦିଆ କିମ୍ବା ବାଦାମୀ ଓ ତଳ ଲୋମ ଧଳା ଥାଏ । ମରୁଭୂମିରେ ଥିବା ଗଛର ମୂଳ ଖାଇ ସେ ବଞ୍ଚିଥାଏ । ଏହି ଜୀବର କିଡନୀ ଅଧିକ ଶକ୍ତିଶାଳୀ ହୋଇଥାଏ ।
Powered by Froala Editor