କାବୁଲ୍ ସାମରିକ ବିମାନ ବନ୍ଦର ନିକଟରେ ଭୟଙ୍କର ବିସ୍ଫୋରଣ

ନୂଆବର୍ଷର ପ୍ରଥମ ଦିନରେ କାବୁଲ୍ସ୍ଥିତ ସାମରିକ ବିମାନ ବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଘଟି ଅନେକ ବ୍ୟକ୍ତି ମୃତାହତ ହୋଇଥିବା ଆଶଙ୍କା କରାଯାଉଛି। ତେବେ କେତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଛି ସେନେଇ କୌଣସି ସୂଚନା ମିଳିନାହିଁ।
ଏହି ବିସ୍ଫୋରଣ ନେଇ ତାଲିବାନ ସରକାର ଗୃହମନ୍ତ୍ରଣାଳୟର ପ୍ରବକ୍ତା ଅବ୍ଦୁଲ ନଫି ତାକୋର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଭୟଙ୍କର ବିସ୍ଫୋରଣ ଯୋଗୁଁ ଅନେକ ନାଗରିକ ପ୍ରାଣ ହରାଇଛନ୍ତି। ଏଥିସହ ଅନେକ ଆହତ ମଧ୍ୟ ହୋଇଛନ୍ତି।
ସୂଚାନ ମୁତାବକ ଆଜି ସକାଳେ କାବୁଲ୍ସ୍ଥିତ ବିମାନ ବନ୍ଦର ନିକଟରେ ଘଟିଥିବା ବିସ୍ଫୋରଣରେ ଏକାଧିକ ଜନତାଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରି ଆଫଗାନିସ୍ତାନର ସାହାର ଟିଭି ରିପୋର୍ଟ କରିଛି ଯେ, ବିସ୍ଫୋରଣସ୍ଥାନକୁ ଅନେକ ଆମ୍ବୁଲାନ୍ସ୍ ଆସିଥିଲା। କାବୁଲ ସେନା ଏୟାରବେସ୍ ବାହାରେ ହୋଇଥିବା ବିସ୍ଫୋରଣ ବାବଦରେ ଯାଞ୍ଚ ଆରମ୍ଭ ହୋଇଛି।
Powered by Froala Editor