ଯୌନ ଉତ୍ପୀଡ଼ନ ମାମଲା ରୁଜୁ ପରେ ଇସ୍ତଫା ଦେଲେ ହରିୟାଣା କ୍ରୀଡ଼ାମନ୍ତ୍ରୀ
ଜଣେ ଜୁନିଅର୍ ଆଥଲେଟିକ୍ କୋଚ୍ଙ୍କ ଅଭିଯୋଗକୁ ଭିତ୍ତି କରି ହରିୟାଣାର କ୍ରୀଡ଼ାମନ୍ତ୍ରୀ ସନ୍ଦୀପ ସିଂହଙ୍କ ନାମରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ କରାଯାଇଛି। ମହିଳା କୋଚ୍ ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିବା ପରେ ସେ ନିଜ ଇସ୍ତଫା ଦେଇଛନ୍ତି। ଏଥିସହ ଖେଳ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କୁ ସେ ହସ୍ତାନ୍ତର କରିଛନ୍ତି। ସେପଟେ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଡିଜିପି ତିନି ଜଣିଆ ଏସ୍ଆଇଟି ଗଠନ କରିଛନ୍ତି।
ମହିଳା କୋଚ୍ଜଣକ ଅଭିଯୋଗ କରିଥିଲେ ଯେ, ସନ୍ଦୀପ ସିଂହ ଜଣେ ଅଲିମ୍ପିକ୍ ଖେଳାଳି ତଥା ଭାରତୀୟ ଜାତୀୟ ହକି ଟିମ୍ର ପୂର୍ବତନ ଅଧିନାୟକ। ସନ୍ଦୀପ ସିଂହ ପ୍ରଥମେ ତାଙ୍କୁ ଗୋଟାଏ ଜିମ୍ରେ ଦେଖିଥିଲେ ଏବଂ ତା’ପରେ ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ସହିତ ଯୋଗାଯୋଗ କରିଥିଲେ। ଏହାପରେ ସନ୍ଦୀପ ତାଙ୍କୁ ଭେଟିବା ପାଇଁ ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।
ଜୁନିଅର ଆଥଲେଟିକ୍ସ ବିଭାଗ ମହିଳା କୋଚ୍ ଆଣିଥିବା ଅଭିଯୋଗକୁ ସନ୍ଦୀପ ସିଂହ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ତାଙ୍କ ଛବି ଖରାପ କରିବାକୁ ଚେଷ୍ଟା ଚାଲିଛି। ତାଙ୍କ ଉପରେ ଲାଗିଥିବା ମିଛ ଅଭିଯୋଗର କଡା ତଦନ୍ତ ହେବ ବୋଲି ତାଙ୍କୁ ବିଶ୍ୱାସ। ତଦନ୍ତ ରିପୋର୍ଟ ଆସିବା ଯାଏଁ ଖେଳ ବିଭାଗର ଦାୟିତ୍ୱ ସେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିବା ସେ କହିଛନ୍ତି।
Powered by Froala Editor