୧୮ ହଜାର ଟଙ୍କାରେ ମିଳୁଥିଲା ବୁଲେଟ, ବିଲ୍ ଦେଖି ଲୋକେ କହିଲେ ଏତିକି ଟଙ୍କାରେ ଏବେ ପାର୍ଟ ବି ମିଳିବନି
୯୦ ଦଶକରେ ଯେଉଁ ଜିନିଷର ଦାମ୍ ୫ ଟଙ୍କା ଥିଲା ତାହା ଏବେ ବଢ଼ି ୫୦ ଟଙ୍କାରେ ପହଞ୍ôଚଲାଣି । କିଛି ଦିନ ତଳେ ଏକ ହୋଟେଲର ବିଲ୍ ଭାଇରାଲ ହୋଇଥିଲା ଯେଉଁଥିରେ ସାହି ପନିର ଠୁ ଆରମ୍ଭ କରି ଦାମିକିଆ ଖାଦ୍ୟର ମୂଲ୍ୟ ବି କମ୍ ଥିଲା । ଏବେ ସେହିଭଳି ରୟାଲ ଏନ୍ଫିଲ୍ଡ ର ଏକ ପୁରୁଣା ବିଲ୍ ଭାଇରାଲ ହେଉଛି । ସେତେବେଳେ ରୟାଲ ଏନ୍ଫିଲ୍ଡ ର ଏତିକି ଦାମ୍ ଦେଖି ଲୋକେ ମୁଣ୍ଡରେ ହାତ ଦେଉଛନ୍ତି ।
ଏହି ବିଲ୍ରେ ୧୯୮୬ ମସିହାରେ ଏକ ବୁଲେଟ୍ର ଦାମ୍ ଲେଖାଯାଇଛି ୧୮,୭୦୦। ବିଲ୍ ଦେଖିବା ପରେ ସୋସିଆଲ ମିଡିଆ ୟୁଜରମାନେ କହିଛନ୍ତି, ଆଜିକାଲି ଏହି ଦାମ୍ରେ ବୁଲେଟର ଗୋଟିଏ ପାର୍ଟ ବି ମିଳିବନି। କାରଣ ଏବେ ଏହି ଗାଡ଼ିର ଦାମ୍ ଲକ୍ଷାଧିକ ଟଙ୍କା। ବିଲ୍ଟି ଇଷ୍ଟାଗ୍ରାମରେ ଶେୟାର କରାଯାଇଛି। ଏହି ବିଲ୍ଟି ୨୩ ଜାନୁୟାରୀ ୧୯୮୬ର ହୋଇଥିବା ବେଳେ ଏଥିରେ ଡିଲରଙ୍କ ନାଁ ସହିତ ସ୍ଥାନର ନାଁ ଝାଡ଼ଖଣ୍ଡର ବୋକାର ବୋଲି ଲେଖାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ବିଲ୍କୁ ଲକ୍ଷାଧିକ ଲୋକ ଦେଖିସାରିଲେଣି।
Powered by Froala Editor