ଭାରତ ଯୋଡୋ ଯାତ୍ରାରେ କଂଗ୍ରେସକୁ ରିଟର୍ଣ୍ଣ କରିବେ କି ଆଜାଦ !

ଜମ୍ମୁ-କାଶ୍ମୀରରେ ଭାରତ ଯୋଡ଼ୋ ଯାତ୍ରା ବେଳେ ପୁଣି କଂଗ୍ରେସକୁ ଫେରିପାରନ୍ତି ବରିଷ୍ଠ ନେତା ଗୁଲାମନବୀ ଆଜାଦ। ଗୁଲାମନବୀଙ୍କ ସହ ଯୋଗସୂତ୍ର ରକ୍ଷା କରିବାକୁ ଅମ୍ବିକା ସୋନୀଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରଥମେ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବାକୁ ନବୀଙ୍କୁ ଅମ୍ବିକା ପ୍ରସ୍ତାବ ଦେଇଛନ୍ତି। ବାସ୍ତବରେ ରାହୁଲ ଗାନ୍ଧୀଙ୍କୁ କଡା ଟାର୍ଗେଟ କରି ଚାରି ମାସ ପୂର୍ବରୁ କଂଗ୍ରେସରୁ ଇସ୍ତଫା ଦେଇଥିବା ଆଜାଦ ଅକ୍ଟୋବରରେ ତାଙ୍କର ନୂତନ ରାଜନୈତିକ ପାର୍ଟି ଘୋଷଣା କରିଛନ୍ତି। କିନ୍ତୁ ରାହୁଲଙ୍କ ଭାରତ ଯୋଡା ଯାତ୍ରା କଶ୍ମୀରରେ ପହଞ୍ଚିବା ପୂର୍ବରୁ ଦଳ ନିଜର ପୁରୁଣା ସହଯୋଗୀକୁ ଘରକୁ ଫେରାଇ ଆଣିବାକୁ ଚେଷ୍ଟା ଆରମ୍ଭ କରିଛି।
ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ଗୁଲାମ ନବୀ ଆଜାଦ କହିଥିଲେ ଯେ କେବଳ ଭାରତୀୟ ଜନତା ପାର୍ଟି ସହିତ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ସେ କଂଗ୍ରେସର ନୀତି ବିରୋଧୀ ନୁହଁନ୍ତି, କିନ୍ତୁ ଏହାର ଦୁର୍ବଳ ବ୍ୟବସ୍ଥାକୁ ନେଇ ତାଙ୍କର ସମସ୍ୟା ରହିଛି। ଆଉ ଏହି ବୟାନ ହିଁ ପ୍ରମାଣ କରିଥିଲା ଯେ ଆଜାଦଙ୍କର କଂଗ୍ରେସ ମୋହ ଏବେ ବି ତୁଟିନାହିଁ ।
ଗୁଲାମ ନବୀ ଲଗାତାର ୪୦ ବର୍ଷ ଧରି କଂଗ୍ରେସ ୱାର୍କିଂ କମିଟିରେ ସଦସ୍ୟ ଥିଲେ । ୩୫ ବର୍ଷ ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ପ୍ରଭାରୀ ଭାବେ ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି । କଂଗ୍ରେସ ବିଦ୍ରୋହୀ ଜି-୨୩ ଗୋଷ୍ଠୀରେ ମଧ୍ୟ ଆଜାଦ ସାମିଲ ଥିଲେ । ଦଳ ଛାଡ଼ିବା ପରେ ୭୩ ବର୍ଷୀୟ ଆଜାଦ ନିଜେ ନୂଆ ଦଳ ଗଢ଼ିଛନ୍ତି।
Powered by Froala Editor