ୱାଲ୍ଡ ୱାଇଡ୍ ରେକର୍ଡ ଭାଙ୍ଗୁଛି ଅବତାର-୨, କୋଟି କୋଟି ଟଙ୍କା କଲେକ୍ସନ

ବକ୍ସ ଅଫିସରେ ଧମାଲ କରୁଛି ଅବତାର-୨ । କୋଟି କୋଟି ଟଙ୍କା କଲେକ୍ସନ କରି ସବୁ ରେକର୍ଡ ଭାଙ୍ଗୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ୱାଲର୍ଡ ୱାଇଡ ସ୍ତରରେ ୮୦୦ କୋଟି ରୋଜଗାର କରିଛି ।
ସୂଚନା ଅନୁଯାୟୀ, ଫିଲ୍ମ ଅବତାର-୨ ଦ ୱେ ଅଫ୍ ୱାଟର ୧୬ ଡିସେମ୍ବରକୁ ରିଲିଜ ହୋଇଥିଲା । ଭାରତରେ ପାଖାପାଖି ୮୨ ବିଲିୟନ ଅର୍ଥାତ୍ ୮୪ କୋଟି ୯୫ ଲକ୍ଷ ଟଙ୍କା ରୋଜଗାର କରିଛି । ତେବେ ଅବତାର -୨ ପ୍ରଥମ ଦିନରେ ୪୧ କୋଟି ରୋଜଗାର କରିଥିବା ବେଳେ ପ୍ରଥମ ୱିକାଣ୍ଡରେ ୧୨୯ କୋଟି ରୋଜଗାର କରିଥିଲା । ଏହାପରେ ସେ ପ୍ରଥମ ସପ୍ତାହରେ ୧୯୨.୭୫ କୋଟ୍ ରୋଜଗାର କରି ସମସ୍ତ ରେକର୍ଡ ଭାଙ୍ଗିଥିଲା । ଏଥିସହିତ ସେ ତାର ପ୍ରିକ୍ୱଲର ରେକର୍ଡ ଭାଙ୍ଗିଛି । ଭାରତରେ ଏ ବର୍ଷ ଭଲ ରୋଜଗାର କରିଥିବା ବ୍ରହ୍ମାସ୍ତ୍ର, ଦୃଶ୍ୟମ-୨, କାନ୍ତାରା ଫିଲ୍ମ ପରେ ହଲିଉଡ ଫିଲ୍ମ ଅବତାର-୨ ଅଧିକ ଲୋକପ୍ରିୟ ହୋଇପାରିଛି ।
Powered by Froala Editor