ୟୁକ୍ରେନରେ ଏକାବେଳେ ୧୦୦ଟି ମିସାଇଲ ପକାଇଲା ଋଷ

ୟୁକ୍ରେନ ଉପରେ ଗୁରୁବାର ସକାଳେ ପୁଣି ମିସାଇଲ ମାଡ କରାଯାଇଛି । ଏକାବେଳେ ୧୦୦ଟି ମିସାଇଲ ମାଡ କରିଛି ଋଷ ସେନା । ଏପରିକି ରାଜଧାନୀ କିଭରେ ମଧ୍ୟ ଆକ୍ରମଣ ହୋଇଛି । ଏ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ପରାମର୍ଶଦାତା ସୂଚନା ଦେଇଛନ୍ତି ।
ଜେଲେନସ୍କିଙ୍କ ପରାମର୍ଶଦାତା କହିଛନ୍ତି, 'ଗୁରୁବାର ସକାଳେ ସମସ୍ତେ ଶୋଇଥିବା ବେଳେ ହିଁ ମିସାଇଲ ମାଡ କରିଥିଲା ଋଷ । ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୧୦୦ଟି ମିସାଇଲ ମାଡ କରାଯାଇଛି ।
ରିପୋର୍ଟ ଅନୁଯାୟୀ, କିଭ୍, ଜାଇଟୋମିର ଏବଂ ଓଡେସାରେ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ଯୋଗୁ ଜଣେ ଛୋଟ ଶିଶୁଙ୍କ ସମେତ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଯୋଗୁ କିଭର ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ବିଷେଶ କରି ୟୁକ୍ରେନ୍ ରାଜଧାନୀ କିଭ, ଖାର୍କିଭ, ଲଭିଭ୍ ଏବଂ ପୋଲାଣ୍ଡ ସୀମାରେ ମିଶାଇଲ ମାଡ଼ ହୋଇଛି। ଉଭୟ ଅକାଶ ମାର୍ଗ ଏବଂ ଜଳ ଭାଗରୁ ଜ୍ରୁଜ୍ ମିଶାଇଲ ନିକ୍ଷେପ କରାଯାଇଛି।
Powered by Froala Editor