ବୌଦ୍ଧଗୟାରୁ ଚାଇନିଜ୍ ମହିଳା ଗୁପ୍ତଚର ଗିରଫ

ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ଧମକ ଦେଇଥିବା ମହିଳାଙ୍କୁ ଧରିଲା ବିହାର ପୋଲିସ । ଗୟା ପୋଲିସ ତାଙ୍କୁ ହେପାଜତକୁ ନେଇ ପଚରା ଉଚରା କରୁଛି । ସନ୍ଦିଗ୍ଧ ଚାଇନିଜ ମହିଳା ଗୁପ୍ତଚରଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ । ସନ୍ଦିଗ୍ଧ ଚାଇନିଜ୍ ମହିଳାଙ୍କ ନାଁ ସଙ୍ଗ ସିଆଓଲାନ ଅଟେ ।
ଆଶଙ୍କା କରାଯାଉଛି ଯେ, ଉକ୍ତ ମହିଳା ଭକ୍ତଙ୍କ ମଧ୍ୟରେ ରହି ଦଲାଇ ଲାମାଙ୍କ ଗୁପ୍ତଚର ଗିରି କରିପାରେ। କିନ୍ତୁ ଏହାପୂର୍ବରୁ ବିହାର ପୋଲିସ ଉକ୍ତ ମହିଳାଙ୍କୁ ଗିରଫ କରିଛି। ପୂର୍ବରୁ ପୋଲିସ ସେହି ମହିଳାଙ୍କ ସ୍କେଚ ଜାରି କରିଥିଲା। ଗୁରୁବାର ସନ୍ଧ୍ୟାରେ ବୌଦ୍ଧଗୟାର କାଳଚକ୍ର ଗ୍ରାଉଣ୍ଡ ବାହାରୁ ଚାଇନା ଗୁପ୍ତଚର ମହିଳାଙ୍କୁ ପୋଲିସ ଗିରଫ କରିଛି। ଏହି ସ୍ଥାନକୁ ଦଲାଇ ଲାମା ପ୍ରତିଦିନ ପ୍ରବଚନ ଦେବାକୁ ଆସନ୍ତି ।
ମହିଳା ଜଣଙ୍କ ୨୦୧୯ରେ ଭାରତ ଆସିଥିଲେ । କିନ୍ତୁ ସେ ଚୀନ ଫେରିଯାଇଥିଲେ । ଏହାପରେ ପୁଣିଥରେ ଭାରତ ଆସିଥିଲେ ଓ ନେପାଳ ଚାଲି ଯାଇଥିଲେ । ନେପାଳରେ କିଛିଦିନ ବିତାଇବା ପରେ ପୁଣିଥରେ ବୋଘଗୟା ଆସିଥିଲେ । ବୌଧ ଧର୍ମଗୁରୁ ଦଲାଇ ଲାମାଙ୍କ ଗୁଇନ୍ଦାଗିରି କରୁଥିବା ମଧ୍ୟ ଖବର ମିଳିଥିଲା । ଏହାପରେ ପୋଲିସ ସ୍କେଚ୍ ଜାରି କରି ତାଙ୍କୁ ଖୋଜୁଥିଲା ।
Powered by Froala Editor