ଜାନୁଆରୀରୁ ହୀରାକୁଦ ଜଳଭଣ୍ଡାରରେ ହେବ ଅଣ୍ଡରଓ୍ବାଟର ସର୍ଭେ
ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଜାନୁଆରୀରୁ ହେବ ଅଣ୍ଡରଓ୍ବାଟର ସର୍ଭେ । ଏନେଇ ସୂଚନା ଦେଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ଆନନ୍ଦ ଚନ୍ଦ୍ର ସାହୁ । ବର୍ତ୍ତମାନ ଉପରମୁଣ୍ଡରୁ ଜଳପ୍ରବେଶ ଶୂନ ରହିଥିବା ସୂଚନା ମିଳିଛି ଜ୍ଝ ତେବେ ଅଣ୍ଡର ଓ୍ବାଟର ସର୍ଭେ କରି ବନ୍ଧର ଫାଟ ଖୋଜି ବିଶେଷଜ୍ଞ ମରାମତି କରିବେ ବୋଲି ଜଣାପଡିଛି । ସିଏସଏମଆରଏସକୁ ବନ୍ଧ କର୍ତ୍ତୃପକ୍ଷ ଫାଟ ଅନୁଧ୍ୟାନ ସହ ମରାମତି ପାଇଁ ଅନୁରୋଧ କରିଛନ୍ତି ଜ୍ଝ
ସୂଚନା ଅନୁସାରେ, ୯୦ ଦଶକରେ ଦେଖାଯାଇଥିବା ଫାଟର ମରାମତି କରି ମିଟିନ ପିଛା ୧୩୦୦ ଲିଟର ଲିକେଜ୍ ପାଣିକୁ ହ୍ରାସ କରି ୧୩୦ ଲିଟରରେ ସୀମିତ ରଖାଯାଇଥିଲା । ସେହିପରି ୨୦୧୫-୧୬ରେ ଅଣ୍ଡରଓ୍ବାର ସର୍ଭେ କରାଯାଇ ଆବିଷ୍କାର ଫାଟକୁ ୨୦୧୮ରେ ମରାମତି କରାଯାଇ ୭୦ ଲିଟର ଲିକେଜରେ ସୀମିତ ରଖାଯାଇଥିଲା । ବର୍ତ୍ତମାନ ଏହାକୁ ଶୂନ ଲିକେଜରେ ରଖାଯିବା ପାଇଁ ଚେଷ୍ଟା କରାଯିବ ।
Powered by Froala Editor