ସୁଶାନ୍ତ ସିଂହରାଜପୁତଙ୍କ ମୃତ୍ୟୁକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଜାଣନ୍ତୁ କ’ଣ

ମୁମ୍ବାଇ: ବଲିଉଡ ଅଭିଦେନତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ଅଇ ବର୍ଷ ପରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସୁଶାନ୍ତ ମୃତଦେହ ପୋଷ୍ଟମର୍ଟମ କରିଥିବା କର୍ମଚାରୀ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ ।
ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା, ସେ ନେଇ ଆଜି ବି ସସ୍ପେନ୍ସ ଜାରି ରହିଛି । ପ୍ରାରମ୍ଭିକ ତଦନ୍ତ ପରେ ମୁମ୍ବାଇ ପୁଲିସ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲା । ପରେ ସିବିଆଇ ହାତକୁ ଏହି ତଦନ୍ତ ଯାଇଥିଲା । ଏବେ କିନ୍ତୁ ସୁଶାନ୍ତ ମୃତ୍ୟୁ ମାମଲାକୁ ନେଇ ଏକ ନୂଆ ମୋଡ ସାମ୍ନାକୁ ଆସିଛି । ସେ ଆତ୍ମହତ୍ୟା କରି ନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି । ଏଭଳି କିଛି ଦାବି କରିଛନ୍ତି ସୁଶାନ୍ତଙ୍କ ବ୍ୟବଚ୍ଛେଦରେ ସାମିଲ ହୋଇଥିବା ରୂପ କୁମାର ନାମକ ଜଣେ କର୍ମଚାରୀ । ରୂପ କୁମାରଙ୍କ ଏହି ଚାଞ୍ଚଲ୍ୟକର ବୟାନକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି ।
ତାଙ୍କ ଦାବି ମୁତାବକ, ସୁଶାନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମୁମ୍ବାଇର କୁପର ହସ୍ପିଟାଲ ଅଣାଯାଇଥିଲା । ତାଙ୍କ ମର ଶରୀରରେ ଅନେକ କ୍ଷତ ଚିହ୍ନ ଥିଲା । ତାଙ୍କ ବେକରେ ଦୁଇରୁ ତିନୋଟି ଦାଗ ଥିଲା । ଘଟଣାକୁ ନେଇ ସେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ କଥା ହୋଇଥିଲେ । ନିୟମ ଅନୁଯାୟୀ ଶବ ବ୍ୟବଚ୍ଛେଦ ସମୟରେ ରେକର୍ଡ କରିବି ବୋଲି ଅଧିକାରୀଙ୍କୁ ପଚରିଥିଲେ । କିନ୍ତୁ ତାଙ୍କୁ ପୋଷ୍ଟମର୍ଟମର ଫଟୋ ଉଠାଇ ଯେତେ ଶୀଘ୍ର ହେବ ସେତେ ଶୀଘ୍ର ମୃତଦେହକୁ ପୁଲିସକୁ ଦେବାକୁ କୁହାଯାଇଥିଲା । ଏହି କାରଣରୁ ରାତିରେ ହିଁ ବ୍ୟବଚ୍ଛେଦ କରାଯାଇଥିଲା । ସେପଟେ ସୁଶାନ୍ତ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ସଚିନ ସୋନାୱାନେ କହିଛନ୍ତି, ରୂପ କୁମାର ଶାହା ବ୍ୟବଚ୍ଛେଦ କରିଥିବା ଟିମ୍ରେ ସାମିଲ ନଥିଲେ ।
Powered by Froala Editor