ମାସ୍କ ବାଧ୍ୟତାମୂଳକ କଲେ କର୍ଣ୍ଣାଟକା ସରକାର

ଚାଇନାରେ ବିଗୁଡ଼ୁଥିବା ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆଜି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବଡ଼ ଘୋଷଣା କରିଛନ୍ତି। କରୋନା ସ୍ଥିତିର ସମୀକ୍ଷା ପାଇଁ ଆଜି ମୁଖ୍ୟମନ୍ତ୍ରୀ ବୋମାଇଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ବୋମାଇ ରାଜ୍ୟର କିଛି ଜନଗହଳୀପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି।
କର୍ଣ୍ଣାଟକା ସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ନୂତନ ବର୍ଷ କେବଳ ରାତି ଗୋଟାଏ ପର୍ଯ୍ୟନ୍ତ ପାଳନ କରାଯାଇପାରିବ। ସେ କହିଛନ୍ତି, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କେବଳ ସତର୍କ ରହିବା ଆବଶ୍ୟକ। ଏଥିସହ ସିନେମା ହଲ୍, ସ୍କୁଲ ଏବଂ କଲେଜ ଭିତରେ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସେହିପରି ପବ୍, ରେଷ୍ଟୁରାଣ୍ଟ ଏବଂ ବାରରେ ନୂତନ ବର୍ଷ ପାଳନ କରିବା ପାଇଁ ମାସ୍କ ବାଧ୍ୟତାମୂଳକ ରହିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।
Powered by Froala Editor