ପଦଯାତ୍ରା ଅଟକାଇ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିଲେ ରାହୁଲ ଗାନ୍ଧୀ

ଶନିବାର ଆପୋଲୋ ହସ୍ପିଟାଲର ଏକ ଆମ୍ବୁଲାନ୍ସକୁ ଯିବା ପାଇଁ ତାଙ୍କ ଭାରତ ଯୋଡା ଯାତ୍ରାକୁ କିଛି ସମୟ ଅଟକାଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆମ୍ବୁଲାନ୍ସକୁ ଯିବା ପରେ ରାହୁଲ ଭାରତ ଯୋଡୋ ଯାତ୍ରୀଙ୍କ ସହ ପୁଣି ଯାତ୍ରା ଆରମ୍ଭ କରିଥିଲେ। ସେ ସାଥୀ ଯାତ୍ରୀମାନଙ୍କୁ ପ୍ରଥମେ ଆମ୍ବୁଲାନ୍ସକୁ ଯିବା ପାଇଁ ରାସ୍ତା ଛାଡ଼ିବାକୁ କହିଥିଲେ। ତେବେ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାରେ ଘଟିଥିବା ଏ ଘଟଣା ସମସ୍ତଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଛି।
ଆପୋଲୋ ହସ୍ପିଟାଲ ନିକଟରେ ଶତାଧିକ ଲୋକ ଭାରତ ଯୋଡ଼ୋ ଯାତ୍ରା କରୁଥିବା ବେଳେ ହଠାତ୍ ସେହି ରାସ୍ତା ଦେଇ ଗୋଟିଏ ଆମ୍ବୁଲାନ୍ସ ଯିବାକୁ ଚାହିଁଥିଲା। ଏହା ଦେଖିବା କ୍ଷଣି ରାହୁଲ ଗାନ୍ଧି ନିଜ ପଦଯାତ୍ରାକୁ ଅଟକାଇ ଆମ୍ବୁଲାନ୍ସ ପାଇଁ ରାସ୍ତାର ବ୍ୟବସ୍ଥା କରିଥିଲେ। ସେହିପରି ତାଙ୍କ ସହ ସାମିଲ ଥିବା ଲୋକମାନଙ୍କୁ ମଧ୍ୟ ଆମ୍ବୁଲାନ୍ସ ଯିବାକୁ ରାସ୍ତା ଛାଡ଼ିବା ପାଇଁ କହିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରିଛନ୍ତି।
ଆଜି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ହରିଆଣାର ସୀମାନ୍ତ ବଦରପୁରରେ ପତାକା ହସ୍ତାନ୍ତର ଉତ୍ସବ ପରେ ରାହୁଲଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ଦିଲ୍ଲୀରେ ପ୍ରବେଶ କରିଛି। ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅନୀଲ ଚୌଧୁରୀ ଓ ଦଳୀୟ କର୍ମୀମାନେ ରାହୁଲ୍ ଓ ଅନ୍ୟ ପଦଯାତ୍ରୀଙ୍କୁ ସ୍ୱାଗତ କରିଥିଲେ। ଏହି ଯାତ୍ରା ଦିଲ୍ଲୀର ବଦରପୁର ସୀମାଠାରୁ ୨୩ କିଲୋମିଟର ଦୂରତା ଅତିକ୍ରମ କରିବ ଏବଂ ଲାଲ କିଲ୍ଲା ନିକଟରେ ଶେଷ ହେବ।
Powered by Froala Editor