୧୦୦ ଫୁଟ୍ ଖାଇରେ ଖସିଲା ଗାଡ଼ି : ୧୬ ଯବାନ ମୃତ
ଭାରତୀୟ ଯବାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଯବାନଙ୍କୁ ଏୟାରଲିଫ୍ଟ କରାଯାଇଛି । ଗୁରୁତରଙ୍କୁ ବେଙ୍ଗଲ ଆର୍ମି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୮ଟା ବେଳେ ଉତ୍ତର ସିକିମର ଜେମା ନିକଟରେ ଏହି ଦୁର୍ଘଟଣା ଘଟିଛି। ଯବାନଙ୍କୁ ନେଇ ଘାଟି ରାସ୍ତାରେ ଯାଉଥିବା ଗାଡ଼ିଟି ଏକ ବୁଲାଣିରେ ଭାରସାମ୍ୟ ହରାଇ ପ୍ରାୟ ୧୦୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ଗାଡ଼ିଟି ଚୁରମାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ୧୩ ଜଣ ଯବାନ ଓ ୩ ଜଣ ଜୁନିଅର କମିସନ୍ଡ ଅଫିସରଙ୍କ ମୃତ୍ୟୁ ଘଟିଥିଲା। କାହିଁକି ଓ କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଛି । ଅନୁମାନ କରାଯାଉଛି ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥାଇପାରେ । ପାହାଡରୁ ତଳକୁ ଖସିବା ପରେ ବସଟି ଭାଙ୍ଗି ଚୁରମାର ହୋଇଯାଇଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦୁର୍ଘଟଣା ପରେ ପ୍ରତ୍ୟକ୍ଷ ପ୍ରତିରକ୍ଷା ମନ୍ତ୍ରୀ ଏହାର ଅନୁଧ୍ୟାନ କରୁଥିଲେ ।
Powered by Froala Editor