ଥରିଲା ଗଜପତି ଜିଲ୍ଲା : ଭୟରେ କ୍ଲାସ ଛାଡି ଆସିଲେ ଛାତ୍ରଛାତ୍ରୀ
ଗଜପତି ଜିଲା ମୋହନା ଓ ଆର୍. ଉଦୟଗିରି ବ୍ଲକର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ମୋହନା, ଆର୍. ଉଦୟଗିରିର ବିଭିନ୍ନ ଅଞ୍ଚଳରେ ଆଜି ସକାଳ ୯ଟା ୪୬ ମନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ପ୍ରାୟ ୫/୬ ସେକେଣ୍ଡ ଲୋକେ କମ୍ପନ ଅନୁଭବ କରିଥିବା ବେଳେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ। ଏପରିକି ସ୍କୁଲର ଛାତ୍ରୀଛାତ୍ରମାନେ ମଧ୍ୟ କ୍ଲାସରୁ ବାହାରକୁ ଚାଲି ଆସିଥିଲେ। ଏଥିରେ କାହାର କିଛି କ୍ଷତି ହୋଇ ନାହିଁ।
ସୂଚନା ମୁତାବକ ମୋହନା ସମେତ ଲୁହାଗୁଡି, ଅଡବା, ଚନ୍ଦ୍ରଗିରି, ମହେନ୍ଦ୍ରଗଡ ଓ ଆର୍ ଉଦୟଗିରି ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି। ଭୂପୃଷ୍ଠଠୁ ୫ କିମି ଗଭୀରରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
Powered by Froala Editor