ଇସ୍ତଫା ଦେଲେ ୧୨ କଂଗ୍ରେସ କମିଟି ୧୨ନେତା

ତେଲଙ୍ଗାନା କଂଗ୍ରେସରେ ଗୋଷ୍ଠୀବିବାଦ ସୋମବାର ତୀବ୍ର ରୂପ ଧାରଣ କରିଛି।ଦୀର୍ଘଦିନ ହେଲା ଏହି ବିରୋଧ ଲାଗିରହିଥିବା ବେଳେ ସୋମବାର ୧୨ ଜଣ ନେତା ରାଜ୍ୟ କଂଗ୍ରେସ କମିଟିର ବିଭିନ୍ନ ପଦବୀରୁ ଇସ୍ତଫା ଦେଇଛନ୍ତି। ନିକଟରେ ରାଜ୍ୟ କଂଗ୍ରେସ କମିଟିର ପୁନର୍ଗଠନ ହୋଇଥିବା ବେଳେ ବାହାର ଦଳର ନେତାଙ୍କୁ ଅଗ୍ରାଧିକାର ଏବଂ ସୁବିଧାସୁଯୋଗ ଦିଆଯାଇଥିବାରୁ ଦଳୀୟ ନେତାମାନେ ବିଦ୍ରୋହ କରିଛନ୍ତି। ଫଳରେ ରାଜ୍ୟ କଂଗ୍ରେସ କମିଟିରୁ ୧୨ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି।
ଅନୁଗତଙ୍କୁ ଅଣଦେଖା କରି ବହିରାଗତମାନଙ୍କୁ ଦଳରେ ବିଭିନ୍ନ ପଦପଦବୀରେ ରଖାଯାଉଥିବା ନେଇ ବରିଷ୍ଠ ନେତା ଏନ୍. ଉତ୍ତମ କୁମାର ରେଡ୍ଡୀ ଏବଂ ଭଟ୍ଟି ବିକ୍ରମର୍କା ଆପତ୍ତି ଉଠାଇଥିଲେ। ୧୨ଜଣ ନେତା ସେମାନଙ୍କ ମିଳିତ ଇସ୍ତଫାପତ୍ର ଏଆଇସିସି ରାଜ୍ୟ ପ୍ରଭାରୀ ମନିକାମ୍ ଟାଗୋରଙ୍କ ନିକଟକୁ ପଠାଇଦେଇଛନ୍ତି।
Powered by Froala Editor