ପାର୍ଲାମେଣ୍ଟରେ 'ଏମର୍ଜେନ୍ସି'ର ଶୁଟିଂ ପାଇଁ ଅନୁମତି ଲୋଡ଼ିଲେ କଙ୍ଗନା

'ଏମର୍ଜେନ୍ସି'ର ଶୁଟିଂ ପାର୍ଲାମେଣ୍ଟ ପରିସରରେ କରିବା ଲାଗି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ ଲୋକସଭା ସଚିବାଳୟର ଅନୁମତି ଲୋଡ଼ିଛନ୍ତି। ତାଙ୍କ ପତ୍ର ବିଚାରାଧୀନ ରହିଛି। ତେବେ ପାର୍ଲାମେଣ୍ଟ ଭିତରେ ଫିଲ୍ମ ଶୁଟିଂକୁ ଅନୁମତି ମିଳି ନପାରେ ବୋଲି ଏକ ସୂତ୍ରରୁ କୁହାଯାଇଛି॥
ସାଧାରଣତଃ ସରକାରୀ ପ୍ରସାରଣ ସଂସ୍ଥା ଦୂରଦର୍ଶନ ଏବଂ ସଂସଦ ଟିଭିକୁ ପାର୍ଲାମେଣ୍ଟ ଭିତରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଘଟଣାର ଶୁଟିଂ ପାଇଁ ଅନୁମତି ମିଳିଥାଏ। ପାର୍ଲାମେଣ୍ଟ ପରିସରରେ ଘରୋଇ ସଂସ୍ଥାକୁ ଶୁଟିଂ କିମ୍ବା ଭିଡିଓଗ୍ରାଫି ପାଇଁ ଅନୁମତି ଦିଆଯାଇ ନଥାଏ। ପୂର୍ବରୁ କୌଣସି ଘରୋଇ ସଂସ୍ଥାକୁ ଘରୋଇ କାର୍ଯ୍ୟ ପାଇଁ ଅନୁମତି ମିଳିଥିବାର ନଜିର ନାହିଁ।
ସୂଚନା ଯେ, କଙ୍ଗନାଙ୍କ ଦ୍ୱାରା ଲିଖିତ ନିର୍ଦ୍ଦେଶିତ ତଥା ପ୍ରଯୋଜିତ ଚଳଚ୍ଚିତ୍ର 'ଏମର୍ଜେନ୍ସି'ର ଶୁଟିଂ ଜୁନ୍ରୁ ଆରମ୍ଭ ହୋଇଛି। ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ନେଇଛନ୍ତି।
Powered by Froala Editor