କୁଡ଼ିଆରେ ଶୋଇଥିଲେ ଦମ୍ପତି, ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ବଲାଙ୍ଗିର : ବଲାଙ୍ଗିର ଜିଲା ବେଲପଡା ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଗାଁରେ ଏକ ଦମ୍ପତିଙ୍କୁ ନିଆଁରେ ପୋଡ଼ି ମାରିବାକୁ ଉଦ୍ୟମ ହୋଇଛି । ଗୁରୁବାର ରାତିରେ ଦମ୍ପତି ନିଜ କପା ବିଲରେ କୁଡ଼ିଆ ଘରେ ଶୋଇଥିଲେ। ରାତିରେ କୌଣସି ଦୁର୍ବୃତ୍ତ କୁଡ଼ିଆରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲା। କୁଡ଼ିଆରେ ଶୋଇଥିବା ଦମ୍ପତି ଭରତ ଭୂଇଁସାଲ ଓ ପତ୍ନୀ କଳ୍ପନା ଗୁରୁତର ଭାବେ ପୋଡି ଯାଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥେମ ବେଲପଡା ଓ ପରେ ବଲାଙ୍ଗିର ଭୀମ ଭୋଇ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅଗ୍ନିକାଣ୍ଡରେ କଳ୍ପନାଙ୍କ ଶରୀରର ୫୦ପ୍ରତିଶତ ଓ ଭରତଙ୍କ ଗୋଡରେ ନିଆଁ ଲାଗିଥିବା ଜଣା ପଡ଼ିଛି। ଗୁରୁତର କପା ଚାଷୀ ଭରତ ଓ ତାଙ୍କ ପତ୍ନୀଙ୍କ କାହା ସହ କୌଣସି ଶତ୍ରୁତା କି ଝଗଡ଼ା ନଥିବା ବେଳେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଲା ତାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
Powered by Froala Editor