ପିଅନ୍ତୁ ଲବଙ୍ଗ ଚା’, ମିଳିବ ଅହେତୁକ ଲାଭ
ଶୀତଦିନେ ଥଣ୍ଡା, ସର୍ଦି ହେବା ଏକ ସାଧାରଣ ସମସ୍ୟା । ସେଥିରୁ ଉପଶମ ପାଇବା ସହ ଶୀତଦାଉରୁ ରକ୍ଷା ପାଇଁ ଲୋକେ ସକାଳୁ ଓ ସଞ୍ଜବେଳା ଚା’ ପିଇବାକୁ ପସନ୍ଦ କରନ୍ତି । ଶୀତଦିରେ ହେଉଥିବା ଜ୍ୱର ଓ ଥଣ୍ଡା ପାଇଁ କେତେଜଣ ଅଦା ଚା’ ମଧ୍ୟ ପିଅନ୍ତି । ତେବେ କ’ଣ ଆପଣ ଜାଣନ୍ତି କି, ଚା’ରେ ଅଦାରସ ସହ ଲବଙ୍ଗକୁ ଗୁଣ୍ଡ କରି ମିଶାଇ ପିଇଲେ ଆପଣଙ୍କୁ ଅହେତୁକ ଲାଭ ମିଳିପାରିବ । ଏହାଦ୍ୱାରା ଚା’ ସ୍ୱାଦ ବେଶ୍ କଡ଼ା ଲାଗିବା ସହ ଥଣ୍ଡାଜନିତ ରୋଗରୁ ମଧ୍ୟ ଶରୀରକୁ ରକ୍ଷା ମିଳିବ ।
- ପାଣିପାଗ ପରିବର୍ତ୍ତନ କାରଣରୁ ଏଇ ଦିନେ କେତେଜଣଙ୍କର ବାରମ୍ବାର କାଶ ହୁଏ । ସେଥିରୁ ରକ୍ଷା ପାଇବାକୁ ଚାହୁଁଥିଲେ ମହୁ ୧ ଚାମଚରେ ଲବଙ୍ଗ ଗୁଣ୍ଡ ଚିମୁଟାଏ ମିଶାଇ ଖାଇଲେ ଆରାମ ଲାଗିବ ।
- କେତେଜଣଙ୍କର ଏହି ଋତୁରେ ଦାନ୍ତ ବିନ୍ଧା ମଧ୍ୟ ବଢ଼ିଯାଏ । ଲବଙ୍ଗ ଚା’ ସକାଳ ସଞ୍ଜରେ ଦୁଇଥର ପିଇଲେ ଯନ୍ତ୍ରଣା କମ୍ ହୁଏ । ଶୀତରେ ଖାଦ୍ୟ ଭଲଭାବେ ହଜମ ହୁଏନି । ଲବଙ୍ଗ ଚା’ ପିଇଲେ ସେଇ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ ।
Powered by Froala Editor