ବସ୍କୁ ପିଟିଲା ଦ୍ରୁତଗାମୀ ଟ୍ରକ୍ : ୬ ଜଣଙ୍କ ମୃତ୍ୟୁ

ଉତ୍ତର ପ୍ରଦେଶର ଫିରୋଜାବାଦରେ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଗୋଟିଏ ବସ୍ ସହ ଟ୍ରକ୍ର ଧକ୍କା ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କ ଆହତଙ୍କୁ ସୈଫାଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।
ସୂଚନା ଅନୁସାରେ, ଲୁଧିଆନା ଓ ରାଏ ବରେଲିରୁ ୫୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ଟି ପାହାନ୍ତା ପ୍ରାୟ ୪.୩୦ରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୁଲିସ୍ କହିଛି ଯେ ଏହି ଡିଏମସି ବସ୍ଟି ପଛ ପଟୁ ଟ୍ରକ୍କୁ ଧକ୍କା ଦେଇଛି। ସମ୍ଭବତଃ ଗାଡ଼ିର ଡ୍ରାଇଭର ଶୋଇପଡ଼ିବାରୁ ଭାରସାମ୍ୟ ହରାଇ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଉଭୟ ବସ୍ ଓ ଟ୍ରକକୁ ଜବତ କରି ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଉତ୍ତର ପ୍ରଦେଶର ବୁଦୌନ୍ରେ ଗୋଟାଏ ଦ୍ରୁତଗାମୀ ସ୍କୁଲ୍ ବସ୍ ରାସ୍ତା ପାର୍ଶ୍ବ ନୟନଯୋଡ଼ିରେ ପଡ଼ିଯିବାରୁ ୧୨ରୁ ଅଧିକ ସ୍କୁଲ୍ ପିଲା ଆହତ ହୋଇଥିଲେ।
Powered by Froala Editor