ଡିଲ ମନ୍ତବ୍ୟ ଦୋହରାଇ ଏହା କହିଲେ ଜୟନାରାୟଣ

ଭୁବନେଶ୍ୱର: ପଦ୍ମପୁରରେ ବିଜେଡି-କଂଗ୍ରେସ ଡିଲ ମନ୍ତବ୍ୟକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରବିବାର ପୁଣି ଥରେ ଦୋହରାଇଛନ୍ତି । ଡିଲ ଅଭିଯୋଗକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ମାନିବା ପରେ ଶ୍ରୀ ମିଶ୍ର ଏହାକୁ ପୁଣି ଥରେ ଦୋହରାଇଛନ୍ତି ।
ସେ କହିଛନ୍ତି ଯେ ସୁର ଭାଇ କ’ଣ ମାନିବେନି, ସତକୁ ସମସ୍ତେ ମାନିବେ । କଂଗ୍ରେସ ଓ ବିଜେଡି ଲୋକଙ୍କ ଠାରୁ ଡିଲ ହୋଇଛି ବୋଲି ଶୁଣିଛି । ତେବେ ୨୦୨୪ରେ ବିଜେଡି-କଂଗ୍ରେସ ଡିଲ କାମ ଦେବନି । କଂଗ୍ରେସର ଭୋଟ କମ । ତେଣୁ ବିଜେପି ଅଣ କଂଗ୍ରେସ ଭୋଟ ଆପଣାଇବାକୁ ଚେଷ୍ଟା କରିବ ।ଓଡ଼ିଆ ସ୍ପଟ ନୁ୍ୟଜ ୨୦୨୪ରେ ଓଡ଼ିଶାରେ କେବଳ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ହେବ । ଆମେ ୫୧ ପ୍ରତିଶତ ଭୋଟ ନେବାକୁ ଯୋଜନା ରଖିଛୁ । ଏଥିସହ ବିଜେଡିର ୩ଟି ସଙ୍ଗଠନ ଯଥା ଅର୍ଥବଳ, ବାହୁବଳ ଓ ସରକାରୀ କଳ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ପ୍ରକାଶ ଯେ,ପଦ୍ମପୁର ଉପନିର୍ବାଚନ ଶେଷ ହୋଇଛି । ହେଲେ ରାଜନେତାଙ୍କ ବୟାନବାଜିରେ ବ୍ରେକ ଲାଗୁନି । ଏହାରି ଭିତରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶନିବାର ବିଜେଡି ଓ କଂଗ୍ରେସ ମଧ୍ୟରେ ଡିଲ ହୋଇଥିବା ନେଇ ଅଭିଯୋଗ ଆଣିଥିବା ବେଳେ ରବିବାର ଏହାକୁ ସତ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
ଜୟନାରାୟଣଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ସତ ବୋଲି ସୁର କହିଛନ୍ତି । ସେ କହିଛନ୍ତି ଯେ ପଦ୍ମପୁରରେ କଂଗ୍ରେସ ହାରିବା ନେଇ ସମ୍ପୂର୍ଣ୍ଣ ଡିଲ ହୋଇଥିଲା । ଦଳର ବହୁ ନେତା କଂଗ୍ରେସକୁ ହରାଇବା ପାଇଁ ସେଠାକୁ ଯାଇଥିଲେ । ଦଳକୁ ଜିତାଇବା ପାଇଁ ନୁହେଁ, ହରାଇବା ପାଇଁ ସବୁ କଂଗ୍ରେସ ନେତାଙ୍କ ଲକ୍ଷ୍ୟ । ଏପରିକି ପରସ୍ପର ପଡ଼ୁନଥିବା ନେତା ବି ସେଠାରେ ଏକାଠି ହୋଇଯାଇଥିଲେ । ଉପରଠୁ ତଳ ପର୍ଯ୍ୟନ୍ତ ସବୁ ନେତା ଏହି ଡିଲରେ ସମ୍ପୃକ୍ତ ଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକ ଜଣେ ନିରୀହ ଲୋକ, ତାଙ୍କୁ କଣ୍ଡେଇ ପରି ନଚାଉଛନ୍ତି । ଏନେଇ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ସୁର ରାଉତରାୟ କହିଛନ୍ତି ।
ପ୍ରକାଶ ଯେ ଜୟନାରାୟଣ ମିଶ୍ର ଶନିବାର ବିଜେଡି ବିରୋଧରେ ଏକ ବିସ୍ଫୋରକ ବୟାନ ଦେଇଥିଲେ ।
ସେ କହିଥିଲେ ଯେ ପଦ୍ମପୁର ବିଜୟ ପଥରେ ରାଜନୈତିକ ଡିଲ ହୋଇଥିଲା ।ଓଡ଼ିଆ ସ୍ପଟ ନୁ୍ୟଜ ପଦ୍ମପୁରକୁ ନିର୍ବାଚନ ପ୍ରଚାର କରିବା ପାଇଁ ଯିବା ପୂର୍ବରୁ ବିଜେଡି ପକ୍ଷରୁ କଂଗ୍ରେସ ସହ ବଡ଼ ଡିଲ କରାଯାଇଥିଲା । ଓଡ଼ିଆ ସ୍ପଟ ନୁ୍ୟଜ ବିଜେଡି ପକ୍ଷରୁ ଭୁବନେଶ୍ୱରରେ କଂଗ୍ରେସର ଶୀର୍ଷ ନେତୃତ୍ୱ୍ୱ ସହ ଡିଲ କରାଯାଇଥିଲା । କଂଗ୍ରେସର ଭୋଟ ଡାଇଭର୍ଟ ପ୍ରତିଶ୍ରୁତି ପରେ ମୁଖ୍ୟମନ୍ତ୍ରୀ ବର୍ଷା ସିଂ ବରିହାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଯାଇଥିଲେ ବୋଲି ଜୟନାରାୟଣ ମିଶ୍ର କହିଥିଲେ । ଶୁକ୍ରବାର ବି ଜୟନାରାଣ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନକୁ ବ୍ୟୟବହୁଳ କରିଦେଲେଣ । ବିଜେଡି ଜିତିବାର କାରଣ ଅର୍ଥବଳ, ବାହୁବଳ ଓ ସରକାରୀ କଳ ବୋଲି ଶ୍ରୀ ମିଶ୍ର କହିଥିଲେ ।
Powered by Froala Editor