ଦନ୍ତା ହାତୀର ମୃତଦେହ ଠାବ

ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଜରପଡା ବନାଞ୍ଚଳ ପରା ଗ୍ରାମର ବ୍ରାହ୍ମଣମୁଣ୍ତା ବିଲ ଅଞ୍ଚଳରୁ ଏକଦନ୍ତା ହାତୀର ମୃତଦେହ ଠାବ କରିଛି ବନବିଭାଗ । ହାତୀଟିର ବୟସ ଆନୁମାନିକ ୨୫ ରୁ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ସୂଚନା ଥାଉକି, ଜରପଡା ବନାଞ୍ଚଳ କାର୍ୟ୍ୟାଳୟ ଠାରୁ ଦେଢ କିଲମିଟର ଦୂରରେ ପରା ଗ୍ରାମର ବ୍ରାହ୍ମଣମୁଣ୍ତାରେ ଏକ ହାତୀର ମୃତଦେହ ପଡିଥିବା କିଛି ସ୍ଥାନୀୟ ଲୋକେ ଦେଖି ଜରପଡା ବନବିଭାଗକୁ ଖବର ଦେଇଥିଲେ ।
ଖବର ପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ହାତୀ ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଜରପଡା ରେଞ୍ଜରେ ଦୁଇମାସରେ ଚାରିଟି ହାତୀ ମଲେଣି ।
Powered by Froala Editor