କିଛି ଘଣ୍ଟା ପାଇଁ Gmail ଡାଉନ୍
ଆଜି ସନ୍ଧ୍ୟା ୭ଟାରୁ ଗୁଗୁଲର ଇମେଲ୍ ସେବା Gmail କିଛି ଘଣ୍ଟା ପାଇଁ ଡାଉନ୍ ହୋଇଥିବା ଜଣାପଡିଛି। ଯାହା ଫଳରେ ବହୁ ଉପଭୋକ୍ତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉପଭୋକ୍ତାମାନେ Gmailରୁ କୌଣସି ବାର୍ତ୍ତା ପଠାଇବାକୁ ସକ୍ଷମ ହୋଇପାରୁନାହାଁନ୍ତି। ଆହୁରି ମଧ୍ୟ, ଉପଭୋକ୍ତାମାନେ Gmailରୁ ବାର୍ତ୍ତା ଗ୍ରହଣ କରୁନାହାଁନ୍ତି।
ଭାରତରେ Gmail ସେବା ସର୍ବାଧିକ ବ୍ୟବହୃତ ହୁଏ। ବ୍ୟକ୍ତିଗତ ଠାରୁ ସରକାରୀ କାର୍ଯ୍ୟ Gmail ରୁ କରାଯାଇଥାଏ। ଏଭଳି ପରିସ୍ଥିତିରେ ଜିମେଲର ସବୁଠାରୁ ବଡ ପ୍ରଭାବ ଭାରତରେ ଦେଖାଯାଉଛି।
ବିଭିନ୍ନ ଓ୍ବେବସାଇଟ୍ ଓ ଆପର କାର୍ଯ୍ୟକାରୀତା ସଂପର୍କରେ ତଥ୍ୟ ରଖୁଥିବା ସାଇଟ୍ ଡାଉନଡିଟେକ୍ଟର ଡଟକମର ସୂଚନା ଅନୁସାରେ ସଂଧ୍ୟା ୭ଟା ପରଠାରୁ କେତେକ ୟୁଜରଙ୍କ Gmail ଠିକଭାବେ କାମ କରୁନାହିଁ । ସଂଧ୍ୟା ୭ଟା ୩୯ ମିନିଟ ବେଳକୁ ଏହି ଇମେଲ ସର୍ଭିସରେ ଅଚଳାବସ୍ଥା ସର୍ବାଧିକ ଥିଲା ବୋଲି ଜଣାପଡ଼ିଛି । ଉଭୟ ଆପ ଓ ଡେସ୍କଟପ୍ ଭର୍ସନରେ ସମସ୍ୟା ଦେଖାଦେଉଥିବା ୟୁଜରମାନେ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ଗୁଗୁଲ ଓ୍ବାରକସ୍ପେଶର ଡ୍ୟାସବୋର୍ଡରେ ସବୁ ଗୁଗୁଲ ସର୍ଭିସ ଗ୍ରିନ ଥିବା ଦେଖାଯାଉଛି । ଏହାର ଅର୍ଥ ହେଉଛି ସବୁ ସର୍ଭିସ ସ୍ବାଭାବିକ ଅଛି ।
Powered by Froala Editor