୨ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବାର ୨ ବରିଷ୍ଠ ଅଧିକାରୀ (ଓଏଏସ୍)ଙ୍କର ବଦଳି ହୋଇଛି । ସେମାନେ ହେଉଛନ୍ତି ସନତ କୁମାର ନାଏକ ଓ ରବିନ୍ଦ୍ର ନାଥ କୁଅଁର । ବୈାଦ ଉପଜିଲ୍ଲାପାଳ ଥିବା ଶ୍ରୀ ନାଏକ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍) ଭାବେ ବଦଳି ହୋଇଥିଲାବେଳେ ବୈାଦ ହରଭଙ୍ଗା ବିଡିଓ ଥିବା ଶ୍ରୀ କୁଅଁର ବୌଦ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
Powered by Froala Editor