ବୃଦ୍ଧା ମାଈ ହାତୀର ମୃତ୍ୟୁ

ନୀଳଗିରି : ପୁଣି ଏକ ମାଈ ହାତୀର ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ନୀଳଗିରି କୂଳଡିହା ଅଭୟାରଣ୍ୟରେ ଏକ ବୃଦ୍ଧା ମାଈ ହାତୀର ମୃତ୍ୟୁ ହୋଇଛି । କୁଳଡିହା ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଶୁକ୍ରବାର ରାତିରେ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ବିଟ ଅଧିନ ସିଆଡିମାଳ ନିକଟ କଦମଶୋଳ ଠାରେ ଏକ ବୃଦ୍ଧା ହାତୀଟିର ମୃତ୍ୟୁ ହୋଇଛି । ବୟସାଧକ କାରଣରୁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହେଲେ ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ନୀଳଗିରି କୁଳଡିହା ରେଞ୍ଜର ଅନନ୍ତ ଜେନା, ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟର ଭାଗ୍ୟଶ୍ରୀ ଦିୱେଦୀ, ପ୍ରାଣୀଧନ ବିଶେଷଜ୍ଞ ପହଁଚି ଥିବା ଜଣାପଡ଼ିଛି। ତେବେ ଏହି ହାତୀର ମୃତ୍ୟୁକୁ ମିଶାଇ ଚଳିତ ବର୍ଷ କୁଳଡିହା ଅଭୟାରଣ୍ୟରେ ଛୋଟ ବଡ ୫ଟି ହାତୀର ମୃତ୍ୟୁ ହୋଇସାରିଲାଣି।
Powered by Froala Editor