ପରୀ ହତ୍ୟା ମାମଲା, ସରୋଜ ସେଠୀକୁ ୧୦ ଅନ୍ତରୀଣ ଜାମିନ୍

ନୟାଗଡ: ନୟାଗଡ ପରୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ହାଇକୋର୍ଟ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ଜାମିନରେ ଯିବା ପୂର୍ବରୁ କଣ ସବୁ ସର୍ତ୍ତ ରହିବ, ତାହା ତଳ କୋର୍ଟ ସ୍ଥିର କରିବେ ବୋଲି କହିଛନ୍ତି ଉଚ୍ଚ ନାୟ୍ୟାଳୟ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିଲା ସରୋଜ । ଏହି ଜାମିନ୍ ସମୟରେ ସେ ନିଜର ସ୍ୱାସ୍ଥ୍ୟ ଚିକିତ୍ସା କରାଇବ ବୋଲି ଆବେଦନରେ ଜଣାଇଥିଲା ।
ଏହି ସମୟ ମଧ୍ୟରେ ଆବଶ୍ୟକ ପଡିଲେ ଥାନାରେ ଆସି ଦେଖାକରିବ ଅଭିଯୁକ୍ତ । ଥାନା ଅଧିକାରୀଙ୍କୁ ନଜଣାଇ କେଉଁଆଡେ ଯିବ ନାହିଁ ଏବଂ ଘଟଣା ସହ ଜଡିତ କୌଣସି ସାକ୍ଷ୍ୟ ପ୍ରମାଣଙ୍କୁ ଦେଖା କରିପାରିବ ନାହିଁ । ୧୦ ଦିନିଆ ଜାମିନ୍ ଅବଧି ଶେଷ ହେବା ପରେ ପୁଣି କୋର୍ଟରେ ନିଜକୁ ସରେଣ୍ଡର କରିବ ସରୋଜ ।
ନୟାଗଡ ଯଦୁପୁର ଅଞ୍ଚଳର ୫ ବର୍ଷୀୟ ଝିଅ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଘର ଆଗରେ ଖେଳୁଥିବାବେଳେ ପରୀ ନିଖୋଜ ହୋଇଯାଇଥିଲା । ୧୦ ଦିନ ପରେ ପରୀର ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ । ଘଟଣାର ଏସଆଇଟି ତଦନ୍ତ କରାଯିବା ସହ ସରୋଜ ସେଠୀକୁ ଗିରଫ କରାଯାଇଥିଲା । ଗିରଫ ସରୋଜକୁ ପୋକ୍ସୋ କୋର୍ଟ ନାବାଳକ ଦର୍ଶାଇବା ପରେ ତାକୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିଲା । ସେଠାରେ ଅଭିଯୁକ୍ତ ଥିବାବେଳେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସରୋଜକୁ ଜାମିନ୍ ପ୍ରଦାନ କରିଛନ୍ତି ହାଇକୋର୍ଟ ।
Powered by Froala Editor