ତଦନ୍ତରେ ଅନିୟମିତତା, ଥାନା ଅଧିକାରୀଙ୍କୁ ଭର୍ତ୍ସନା କଲେ ହାଇକୋର୍ଟ

ଭୁବନେଶ୍ୱର: ତଦନ୍ତ ଅନିୟମିତତା ଅଭିଯୋଗରେ ଇନଫୋସିଟି ଥାନା ଅଧିକାରୀ ସମିତା ମିଶ୍ରଙ୍କୁ ଭର୍ତ୍ସନା କରିଛନ୍ତି ହାଇକୋର୍ଟ । ଏପରିକି ବର୍ଷେ ଯାଏଁ ଥାନା ଅଧିକାରୀଙ୍କୁ ଥାନାକୁ ନଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ଷେ ପର୍ୟ୍ୟନ୍ତ ଥାନା ଅଧିକାରୀଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଟ୍ରେନିଂ ନେବାକୁ କୋର୍ଟ କହିଛନ୍ତି । ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାରେ ବିରେନ୍ଦ୍ର ଲାକ୍ରାଙ୍କ ନାଁକୁ ଅଭିଯୋଗରୁ ବାଦ ଦେଇଥିଲେ ଆଇଆଇସି ସମିତା ମିଶ୍ର । ଏହାପରେ ଆଇଆଇସିଙ୍କ ବିରୋଧରେ ଆନନ୍ଦ ଟପୋଙ୍କ ବାପା ବନ୍ଧନା ଟପୋ ହାଇକୋର୍ଟ ଯାଇଥିଲେ ।
Powered by Froala Editor