ଗୋରୁଗାଈଙ୍କୁ ସଂକ୍ରମିତ କରୁଛି ଲମ୍ପି ଚର୍ମ ରୋଗ

ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ମାଡିଚାଲିଛି ଲମ୍ପି ଚର୍ମ ରୋଗ । ଏହି ରୋଗ ଗୃହପାଳିତ ପଶୁପକ୍ଷୀ, ବିଶେଷ କରି ଗୋରୁ ଗାଈସଂକ୍ରମିତ କରୁଛି । ଫଳରେ ଗୋରୁଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରଥମେ ଆବୁ ସୃଷ୍ଟି ହେବା ସହ ଏହା କ୍ଷତରେ ପରିଣତ ହେଉଛି । ଏହାକୁ ନେଇ ଗୋପାଳକଙ୍କ ମଧ୍ୟରେ ଚିନ୍ତା ବଢ଼ିବାରେ ଲାଗିଛି । ଲମ୍ପି ଚର୍ମ ରୋଗରୁ ବଂଚିବା ପାଇଁ ଲୋକମାନେ ବିକଳରେ କାଳିସୀର ଆଶ୍ରୟ ନେଇ ପୂଜାପାଠ କରୁଛନ୍ତି । ଏପରି ଦୃଶ୍ୟ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅଂଚଳରେ ଦେଖିବାକୁ ମିଳିଛି ।
ଧରାକୋଟ ବ୍ଲକର ମୁଣ୍ଡମରାଇ, କୁଶରାବ, ବରିଗୁଡ଼ା, ତାଳପାଟଣା, ହରିପୁର, ପ୍ରତାପପୁର ଆଦି ଗାଁରେ ଦେଖିବାକୁ ମିଳିଛି ଲମ୍ପି ଭୂତାଣୁର ଆତଙ୍କ । କେବଳ ଧରାକୋଟ ନୁହଁ, ଗତ କିଛିଦିନ ତଳେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅଂଳରେ ମଧ୍ୟ ମାଡ଼ିଚାଲିଛି ଏହି ଲମ୍ପି ଭୂତାଣୁ । ଭଦ୍ରକ ଜିଲ୍ଲା ବାସୁଦେବପୁର, କଟକ ଜିଲ୍ଲା ନିଆଳି ଅଞ୍ଚଳରେ ଗୋରୁ ବ୍ୟାପକ ମାତ୍ରାରେ ସଂକ୍ରମିତ ହେଉଛନ୍ତି ।
କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କହିବା ଅନୁସାରେ, ମୟୂରଭଞ୍ଜ, ରାୟଗଡ଼ା ଓ ଛତିଶଗଡ଼ ସୀମାନ୍ତ ଅଂଳରେ ସ୍ଥିତି ସଂଗୀନ ରହିଛି । ପଡୋଶୀ ରାଜ୍ୟରୁ ଗୋ-ଚାଲାଣ ଯୋଗୁ ଏହି ଭାଇରସ୍ ବ୍ୟାପୁଥିବା ଜଣାପ଼ଡିଛି ।
Powered by Froala Editor