ଆଜିଠୁ ସଂସଦର ଶୀତ ଅଧିବେଶନ
ନୂଆଦିଲ୍ଲୀ: ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ୧୭ଟି କାର୍ୟ୍ୟଦିବସ ରହିଥିବା ବେଳେ ଡିସେମ୍ବର ୨୯ ପର୍ୟ୍ୟନ୍ତ ଶୀତ ଅଧିବେଶନ ଚାଲିବ । ଶୀତ ଅଧିବେଶନ ପୂର୍ବରୁ ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ କେନ୍ଦ୍ର ସରକାର । ଉଭୟ ଗୃହ ଶାନ୍ତି ଶୃଙ୍ଖଳାରେ ଚାଲିବା ନେଇ ଆଲୋଚନା ହୋଇଥିଲା । ତାହା ସହ ବିରୋଧୀ ଦଳଗୁଡିକ କିଛି ପ୍ରସଙ୍ଗରେ ଆଲୋଚନା କରିବା ଲାଗି ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ବୈଠକରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଯୋଗଦେଇଥିଲେ । ଅଧୀର ସଂସଦରେ ଦରଦାମ ବୃଦ୍ଧି, ବେରୋଜଗାରୀ ଓ ବିଭିନ୍ନ ତଦନ୍ତକାରୀ ଏଜେନ୍ସିର ଦୂରୁପଯୋଗ ଉପରେ ଆଲୋଚନା କରାଯିବା ଜରୁରୀ ବୋଲି କହିଥିଲେ । ତାହା ସହିତ ଭାରତ-ଚୀନ ସୀମା ବିବାଦ ଓ କାଶ୍ମୀରରେ ପଣ୍ଡିତଙ୍କ ହତ୍ୟା ଉପରେ ମଧ୍ୟ ଗୃହରେ ଆଲୋଚନା କରାଯିବା ଦରକାର ବୋଲି କହିଥିଲେ ବିରୋଧୀ । ଆପ୍, ଏନସିପି ଓ ଅନ୍ୟ କେତେକ ଦଳ ପୁରୁଣା ପେନସନ ବ୍ୟବସ୍ଥା ଓ କୃଷିଜାତ ସାମଗ୍ରୀର ଏମଏସପି ଧାର୍ୟ୍ୟ ପାଇଁ ଆଇନ ପ୍ରଣୟନ ଲାଗି ଆଲୋଚନା କରିବାକୁ ଦାବି କରିଛନ୍ତି ।
ଅନ୍ୟପଟେ ଏହି ଅଧିବେଶନରେ ସରକାର ୧୬ଟି ବିଧେୟକ ଆଗତ କରିବାକୁ ଯୋଜନା କରିଛନ୍ତି ।
Powered by Froala Editor