ଜଷ୍ଟିସ ଏସ ମୁରଲୀଧରଙ୍କୁ କ୍ଷମା ମାଗିଲେ ବିବେକ ଅଗ୍ନିହୋତ୍ରୀ
'ଦ କଶ୍ମୀର ଫାଇଲ୍ସ'ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଆଜି ଦିଲ୍ଲୀ ହାଇକୋର୍ଟରେ କ୍ଷମା ମାଗିଛନ୍ତି। ସେ ଜଷ୍ଟିସ ଏସ ମୁରଲୀଧରଙ୍କୁ ଅପମାନିତ କରିଥିବାରୁ କ୍ଷମା ମାଗିଛନ୍ତି। ୨୦୧୮ରେ ଭୀମା କୋରେଗାଓଁ ହିଂସା ମାମଲାରେ ଜଷ୍ଟିସ ମୁରଲୀଧର ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ବେଳେ ସମାଜିକ କର୍ମୀ ଗୌତମ ନଭଲଖାଙ୍କୁ ଜାମିନ ଦେଇଥିଲେ। ଗୌତମଙ୍କୁ ଆଶ୍ୱସ୍ତି ପ୍ରଦାନରେ ଜଷ୍ଟିସ ଏସ୍ ମୁରଲିଧର ପକ୍ଷପାତିତା କରିଥିବା ବିବେକ ଅଭିଯୋଗ କରିଥିଲେ।
ଜାମିନକୁ ବିରୋଧ କରି ଅଗ୍ନିହୋତ୍ରୀ ଟ୍ୱିଟ ଯୋଗେ ଜଷ୍ଟିସ ମୁରଲୀଧର ପକ୍ଷପାତିତା କରିଥିବା କହିବା ସହ ତାଙ୍କୁ ଅପମାନିତ କରିବା ଭଳି ବୟାନ ଦେଇଥିଲେ। ଏହି ବୟାନ ପାଇଁ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିଥିଲା। ମଙ୍ଗଳବାର ବିବେକ ନିଜ ଓକିଲଙ୍କ ଜରିଆରେ କୋର୍ଟରେ କ୍ଷମା ପ୍ରାର୍ଥନା ପତ୍ର ଉପସ୍ଥାପନ କରିଥିଲେ। ଏଥିସହ ସେ କହିଛନ୍ତି, ଉକ୍ତ ବିବାଦୀୟ ଟୁଇଟକୁ ସେ ଡିଲିଟ କରିଦେଇଛନ୍ତି।
Powered by Froala Editor