ମୁଁ ଜାଣିଥିଲି ‘ସେମାନେ ଏକାଠି ଫେରିବେ, ନଚେତ୍ ଏକାଠି ଚାଲିଯିବେ
ଏକାଠି ଦୁନିଆକୁ ଆସିଥିଲେ, ଏକାଠି ଚାଲିଗଲେ। କରୋନାରେ ଦୁଇ ଯାଆଁଳା ଭାଇ ଜୋଫ୍ରେଡ ଭର୍ଘିସ ଗ୍ରେଗୋରୀ ଏବଂ ରାଲଫ୍ରେଡ ଜର୍ଜ ଗ୍ରେଗୋରୀଙ୍କ ଏଭଳି ଦୁଃଖଦ ମୃତ୍ୟୁ ଘଟିଛି । ଜଣେ ଭାଇର ମୃତ୍ୟୁର କିଛି ଘଣ୍ଟା ପରେ ଆଉ ଗୋଟିଏ ଭାଇ ପ୍ରାଣ ହରାଇବା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଉତ୍ତର ପ୍ରଦେଶର ମୀରଟର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ରହୁଥିବା ଗୋଟିଏ ପରିବାର ସହ ଏମିତି ଘଟଣା ଘଟିଛି।
ଗ୍ରୋଗରି ରେୟମଣ୍ଡ ରାଫେଲଙ୍କ ଦୁଇ ପୁଅ ୧୯୯୭ ମସିହା ଏପ୍ରିଲ ୨୩ରେ ଜନ୍ମ ଗ୍ରହଣ କରିଥିଲେ। ଯମଜ ସନ୍ତାନଙ୍କୁ ଜନ୍ମ ଦେଇଥିଲେ ମଧ୍ୟ ମା’ ସରୋଜ ବେଶ ସୁସ୍ଥ ରହିଥିଲେ। ଏକାଥରେ ଦୁଇଟି ସନ୍ତାନର ଜନକ ହୋଇ ଖୁସିରେ ଆତ୍ମବିଭୋର ହୋଇ ଉଠିଥିଲେ ବାପା ମା’। ଉଭୟ ଦେଖିବାକୁ ଏକାଭଳି। ପିଲାଟି ବେଳୁ ଉଭୟ ସମାନ କାମ କରନ୍ତି। ଏକାଠି ସମାନ ପାଠ ପଢ଼ିଥିଲେ।
ଉଭୟ କମ୍ପ୍ୟୁଟର ଇଞ୍ଜିନିୟରିଂ ପଢ଼ିବା ସହ ହାଇଦ୍ରାବାଦରେ ଏକାଠି ଚାକିରି କରିଥିଲେ। ଉଭୟ ଏପ୍ରିଲ ୨୪ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ସେମାନଙ୍କର ୨୪ତମ ଜନ୍ମ ଦିନ ଥିଲା। ଶେଷରେ କରୋନା ମଧ୍ୟ ସମାନ ସମୟରେ ଉଭୟଙ୍କୁ ଆଟାକ କଲା। ଉଭୟ ପ୍ରଥମେ ଘରେ ରହି ଚିକିତ୍ସିତ ହେଉଥିଲେ। କିନ୍ତୁ ସେମାନଙ୍କ ଅକ୍ସିଜେନ ସ୍ତର ୯୦କୁ ହ୍ରାସ ପାଇବାରୁ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ମେ‘୧ ତାରିଖରେ ଗୋଟିଏ ଘରୋଇ ହସ୍ପିଟାଲରେ ଆଡମିଟ୍ କରିଥିଲେ। ଦୀର୍ଘ ୧୩ ଦିନ କାଳ ହସ୍ପିଟାଲରେ କରୋନା ସହ ଲଢ଼େଇ କରିବା ପରେ ମେ’ ୧୩ ରାତିରେ ପ୍ରଥମେ ଗୋଟିଏ ଭାଇର ମୃତ୍ୟୁ ହୋଇଥିଲା। ଏହାର କିଛି ଘଣ୍ଟା ପରେ ଆଉ ଗୋଟିଏ ଭାଇ ମଧ୍ୟ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ।
ପିତା ଗ୍ରୋଗରି କହିଛନ୍ତି ଯେ, ଯଦି ତାଙ୍କ ପୁଅମାନେ ଫେରିବେ ତେବେ ଉଭୟ ଏକାଠି ହୋଇ ପୁଣି ଦୁନିଆକୁ ଆସିବେ, ନଚେତ୍ କେହି ଜଣେ ଆସିବେ ନାହିଁ। ସେ କୁହନ୍ତି, ଉଭୟଙ୍କ ମଧ୍ୟରେ ଜଣଙ୍କଠାରେ ଯାହା ଘଟେ, ଅନ୍ୟଜଣଙ୍କଠାରେ ମଧ୍ୟ ତାହା ଘଟେ। ଜନ୍ମରୁ ଏହା ଚାଲିଥିଲା। ଜୋଫ୍ରେଡଙ୍କ ମୃତ୍ୟୁ ଖବର ପାଇବା ପରେ ମୁଁ ମୋ ସ୍ତ୍ରୀଙ୍କୁ କହିଲି ଯେ ରାଲଫ୍ରେଡ ମଧ୍ୟ ଏକୁଟିଆ ଘରକୁ ଫେରିବେ ନାହିଁ।
Powered by Froala Editor