ବଙ୍ଗୋପସାଗରରେ ଭୂକମ୍ପ, ୫.୧ ତୀବ୍ରତାର ଝଟକା
ନୂଆଦିଲ୍ଲୀ: ଏବେ ସବୁଠି ଭୂକମ୍ପ ବିପଦ । ତେବେ ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ବଙ୍ଗୋପସାଗରରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ସମୁଦ୍ର ଭିତରେ ହୋଇଛି ଭୂକମ୍ପ । ୫.୧ ତୀବ୍ରତାର ଝଟକା ନେଇ ଏନସିଏସ ପକ୍ଷରୁ ସୂଚନା ଦିଆଯାଇଛି । ସକାଳ ୮ଟା ୩୨ରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି ।
ବାଂଲାଦେଶ ରାଜଧାନୀ ଢାକାରେ ମୃଦୁ କମ୍ପନ ପରିଲକ୍ଷିତ ହୋଇଛି । ଏହାର କେନ୍ଦ୍ରସ୍ଥଳ ଡାକାର ଦକ୍ଷିଣ ପଶ୍ଚିମ ଠାରୁ ୫୨୯ କିମି ଦୂର ବୋଲି ଜଣାଯାଇଛି । କୋକ୍ସ ବଜାରର ଦକ୍ଷିଣପୂର୍ବକୁ ୩୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଚିଟାଗଙ୍ଗ ଠାରୁ ଦକ୍ଷିଣପଶ୍ଚିମକୁ ୩୯୭ କିମି ଦୂରରେ କେନ୍ଦ୍ରସ୍ଥଳ ।
ପ୍ରକାଶ ଯେ ଗତ କିଛି ଦିନ ହେଲା ଦେଶ ସମେତ ବିଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଖବର ଆସୁଛି । ଓଡ଼ିଆ ସ୍ପଷ୍ଟ ନୁ୍ୟଜ ତେବେ ଭାରତରେ ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟକା ଅନୁଭୂତ ହେଉଥିଲେ ବି ସେତେଟା କ୍ଷୟକ୍ଷତି ହେଉନଥିଲେ ବି ବିଦେଶରେ ନିକଟରେ ବ୍ୟାପକ କ୍ଷୟକ୍ଷତିର ଖବର ମିଳିଥିଲା ।
Powered by Froala Editor