ଦୁଇ ଭଉଣୀଙ୍କୁ ବିବାହ କରିବା ମହଙ୍ଗା ପଡ଼ିଲା, ବର ନାଁରେ ମାମଲା ରୁଜୁ
ଦୁଇ ଯାଁଳା ଭଉଣୀ ଜଣେ ବରକୁ ବାହା ହୋଇଛନ୍ତି। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଏହ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ସାମନାକୁ ଆସିବା ପରେ ଏବେ ଲୋକଙ୍କ ପ୍ରଶ୍ନ ଏହିପରି ବିବାହ ଆଇନ ସମ୍ମତ କି ? ବର୍ତ୍ତମାନ ପୋଲିସ ବର ବିରୋଧରେ ମାମଲା ରୁଜୁ କରିଛି ।ବର ନାମରେ ଅକ୍ଲଚଜ୍ ପୁଲିସ ଷ୍ଟେସନରେ ଅଭିଯୋଗ ହୋଇଛି। ଧାରା ୪୯୪ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି।
ଦୁଇ ଭଉଣୀ ଆଇଟି ଇଞ୍ଜିନିୟର ଅଟନ୍ତି । ଦୁଇ ଭଉଣୀଙ୍କ ବାପା ଚାଲି ଯାଇଥିବା ବେଳେ ଦୁହେଁ ତାଙ୍କ ମାଙ୍କ ପାଖରେ ରହି ଆସୁଥିଲେ। ଦୁହେଁ ପିଲା ଦିନରୁ ସାଙ୍ଗ ପରି ରହି ଆସୁଥିଲେ ଏବଂ ଭବିଷ୍ୟତରେ ମଧ୍ୟ ଏହିପରି ରହିବାକୁ ଚାହୁଁଥିଲେ । ଦୁହେଁ ଅତୁଲ ନାମକ ଜଣେ ଯୁବକଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ବିବାହରେ ଦୁଇଙ୍କ ପରିବାରରେ ସମ୍ମତି ଥିବା ଜଣାପଡ଼ିଛି।
Powered by Froala Editor